ୱାଶିଂଟନ: କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦାର ଜଣେ ବରିଷ୍ଠ ସଦସ୍ୟ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ନିହତ ହୋଇଛି। ଶୁକ୍ରବାର ଆମେରିକା ସୁରକ୍ଷାକର୍ମୀମାନେ ସିରିୟାରେ ଡ୍ରୋନ ଷ୍ଟ୍ରାଇକ କରିଥିଲେ। ଏଥିରେ ଅଲକାଏଦର ବରିଷ୍ଠ କମାଣ୍ଡର ଅବଦୁଲ ହମିଦ ଅଲ ମାତାର ପ୍ରାଣ ହରାଇଥିବା ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ଅବଦୁଲ ସହ ଆଉ କିଛି ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି।
ଆମେରିକାର ଆର୍ମି ମେଜର ଜନ ରଗିସବୀ କହିଛନ୍ତି, ଡ୍ରୋନ ମାଡ଼ରେ ଅଲକାଏଦାର ବରିଷ୍ଠ ସଦସ୍ୟର ମୃତ୍ୟୁ ଘଠିବା ସଂଗଠନ ପାଇଁ ଶକ୍ତ ଝଟକା। ଅଲକାଏଦା ପକ୍ଷରୁ ଆମେରିକା ନାଗରିକ, ଏହାର ପାର୍ଟନର ଓ ନିରୀହ ଲୋକଙ୍କ ପ୍ରତି ଯେଉଁ ବିପଦ ସୃଷ୍ଟି ହେଉଥିଲା, ସେଥିରେ ଏବେ ବାଧା ସୃଷ୍ଟି ହେବ।
ଅଲକାଏଦାରେ ନିଶ୍ଚିତ ଭାବେ ଅସ୍ଥିରତା ଦେଖାଯିବ। ସେମାନେ ଆକ୍ରମଣ ପାଇଁ ଯେଉଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ, ସେଥିରେ ମଧ୍ୟ ଭଟ୍ଟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।
ଦୁଇ ଦିନ ତଳେ ସିରିୟାର ଦକ୍ଷିଣ ପ୍ରାନ୍ତରେ ଥିବା ଆମେରିକା ସେନାର ଆଉଟପୋଷ୍ଟ ଉପରେ ଆତଙ୍କବାଦୀମାନେ ହମଲା କରିଥିଲେ। ଏହାର ଜବାବ ଦେବାକୁ ଆମେରିକା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଡ୍ରୋନ ଦ୍ୱାରା ହମଲା କରାଯାଇଥିଲା। ଏଥିରେ ଅବଦୁଲ ସମେତ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ଡ୍ରୋନ ମାଡ଼ରେ ଅଲକାଏଦା ଓ ଏହାର ସହଯୋଗୀ ଆତଙ୍କୀଙ୍କ ଆଡ୍ଡା ମଧ୍ୟ ଧ୍ୱଂସ ପାଲଟି ଯାଇଛି। ତେବେ ଏଥିରେ କୌଣସି ସାଧାରଣ ଲୋକ ପ୍ରାଣ ହରାଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।
The post ଡ୍ରୋନ ମାଡ଼ରେ ଅଲକାଏଦାର ବରିଷ୍ଠ ଲିଡର ଖତମ appeared first on Odisha Reporter.
from Odisha Reporter https://ift.tt/3GceiqH
No comments:
Post a Comment