ପିପିଲି ଭୋଟ୍‌ ଗଣତି: ଆଗରେ ଚାଲିଛି ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 2, 2021

ପିପିଲି ଭୋଟ୍‌ ଗଣତି: ଆଗରେ ଚାଲିଛି ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଲିଛି ପିପିଲି ଭୋଟ୍ ଗଣତି। ବର୍ତ୍ତମାନ ସୁଦ୍ଧା ୩ ରାଉଣ୍ଡ ଗଣତି ହୋଇଥିବା ବେଳେ ବିଜେଡି ଆଗୁଆ ରହିଛି। ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୫,୦୪୪ ଭୋଟ୍‌ରେ ଆଗୁଆ ରହିଛନ୍ତି।

ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୩,୬୧୧ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୮,୫୬୭ ଓ କଂଗ୍ରେସକୁ ୧,୧୮୦ଟି ଭୋଟ୍ ମିଳିଛି। ପୂର୍ବ ଦୁଇଟି ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଥିଲା।

ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହରାଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୩,୩୧୭ ଖଣ୍ଡ ଭୋଟ୍‌ରେ ଆଗୁଆ ଥିଲେ। ବିଜେଡିକୁ ୯,୦୩୦ଟି ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୫,୭୧୩ ଓ କଂଗ୍ରେସକୁ ୯୮୧ ଖଣ୍ଡ ଭୋଟ୍ ମିଳିଥିଲା।

ସେହିପରି ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ମଧ୍ୟ ବିଜେଡି ଆଗୁଆ ରହିଥିଲା। ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହରାଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୧୪୦୬ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୪୦୫୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨୬୪୯ ଓ କଂଗ୍ରେସକୁ ୭୬୬ଟି ଭୋଟ୍ ମିଳିଥିଲା।

ପୁରୀ ପେଣ୍ଠକଟା ସେଣ୍ଟରରେ ଇଭିଏମ୍‌ ପାଇଁ ଦୁଇଟି ହଲ୍‌ରେ ମୋଟ ୧୪ଟି ଟେବୁଲ୍‌ରେ ଗଣତି ଚାଲିଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ୍ ବାଲାଟ ଗଣତି ହୋଇଥିଲା। ତା’ପରେ ସାଢ଼େ ୮ଟାରୁ ଇଭିଏମ୍‌ ଗଣତି ଚାଲିଛି। ଭୋଟ୍ ଗଣିବା କାର୍ଯ୍ୟରେ ୬୨ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏଥର ପିପିଲି ଉପନିର୍ବାଚନରେ ୭୮.୨୫% ଭୋଟିଂ ହୋଇଥିଲା।

The post ପିପିଲି ଭୋଟ୍‌ ଗଣତି: ଆଗରେ ଚାଲିଛି ବିଜେଡି appeared first on Odisha Reporter.



from Odisha Reporter https://ift.tt/2YewY7L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages