ରେଭ୍‌ ପାର୍ଟି ମାମଲା, ଭୁଲ୍‌ ମାନିଲେ ଆର୍ଯ୍ୟନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 2, 2021

ରେଭ୍‌ ପାର୍ଟି ମାମଲା, ଭୁଲ୍‌ ମାନିଲେ ଆର୍ଯ୍ୟନ୍‌

ମୁମ୍ବାଇ: ଏନ୍‌ସିବି ହାତରେ ଧରା ପଡିଛନ୍ତି ବଲିଉଡ ଷ୍ଟାର୍‌ କିଡ୍‌। ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚଢ଼ାଉ କରି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଅଟକ ରଖିଛି। ଏନ୍‌ସିବି ତାଙ୍କୁ ପଚରାଉଚରା ବେଳେ ଆର୍ଯ୍ୟନ୍‌ ନିଜ ଭୁଲ୍‌ ମାନିଛନ୍ତି।

ଏନ୍‌ସିବିର ପ୍ରଶ୍ନ ବାଣ ଆଗରେ ଭାଙ୍ଗି ପଡିଛନ୍ତି କିଙ୍ଗଖାନ୍‌ ଶାହାରୁଖଙ୍କ ପୁଅ। ଆର୍ଯ୍ୟନ୍‌ ନିଜ ଭୁଲ୍‌ ମାନିଥିବା ଜଣାପଡିଛି। କେବଳ ସେତିକି ନୁହେଁ ସେ ଏହି ରେଭ୍‌ ପାର୍ଟିର ଅଂଶ ଥିଲେ। ତାଙ୍କୁ ଅତିଥି ରୂପେ ଏହି ପାର୍ଟିକୁ ଡକାଯାଇଥିଲା। ସେ ଡ୍ରଗ୍ସ ସେବନ କରିଥିବା କଥା ମଧ୍ୟ ମାନିଥିବା ଜଣାପଡିଛି।

ସେ ଆହୁରି କହିଛନ୍ତି, ଏହି ପାର୍ଟିରେ ସାମିଲ ହେବା ପାଇଁ ସେ କୌଣସି ଟଙ୍କା ଦେଇନାହାନ୍ତି। ଅର୍ଗାନାଇଜର ତାଙ୍କ ନାଁକୁ ବ୍ୟବହାର ଲୋକଙ୍କୁ ଏହି ପାର୍ଟିକୁ ଡାକିଥିବା ଆର୍ଯ୍ୟନ ଦାବି କରିଛନ୍ତି। ସେପଟେ ଏନ୍‌ସିବି ଆର୍ଯ୍ୟନ୍‌ଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ତାଙ୍କ ହ୍ୱାଟ୍‌ସ ଅପ୍‌ ଚ୍ୟାଟ୍‌କୁ ନେଇ ଖୋଲତାଡ କରୁଛି।

ଶନିବାର ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଆଉ ୧୦ ଜଣଙ୍କ ସମେତ ଶାହାରୁଖ ଖାନଙ୍କ ପୁଅଙ୍କୁ ମଧ୍ୟ ଧରିଥିଲେ ଏନ୍‌ସିବି ଅଧିକାରୀ। ସେହିପରି ଅଟକ ଥିବା ଅନ୍ୟ ସମସ୍ତଙ୍କ ଫୋନ୍‌ ଗୁଡ଼ିକୁ ଯାଞ୍ଚ କରାଯାଉଛି। ଏହି ପାର୍ଟି ଆୟୋଜନ କରାଯାଇଥିବା ୬ ଜଣ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ସମନ୍ ଜାରି କରାଯାଇଛି।

ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ଚଢ଼ାଉ କରି ଅନେକ ପ୍ରକାରର ଡ୍ରଗ୍ସ ବା ନିଶା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ଅଟକଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତା ଶକ୍ତି କପୁରଙ୍କ ପୁଅ ଥିବା ମଧ୍ୟ କୁହାଯାଉଛି। ସେହିପରି ଅଟକଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି, ଯେଉଁମାନେ ଏହି ରେଭ୍ ପାର୍ଟିରେ ଯୋଗ ଦେବା ପାଇଁ ଦିଲ୍ଲୀରୁ ଆସିଥିଲେ। ସେମାନେ ବଡ଼ ବଡ଼ ଉଦ୍ୟୋଗପତିଙ୍କ ଝିଅ ବୋଲି ଜଣାପଡ଼ିଛି।

ଏନ୍‌ସିବିର ଚଢ଼ାଉ ବେଳେ ଜାହାଜ ଭିତରେ ୬୦୦ ଜଣ ହାଇପ୍ରୋଫାଇଲ୍‌ ଲୋକ ଉପସ୍ଥିତ ଥିଲେ। କୁହଯାଉଛି ଯେ, ଏମାନେ ଡ୍ରଗ୍ସ ନେଇଛନ୍ତି ନା’ ନାହିଁ ତାହା ଜାଣିବା ପାଇଁ ଏନ୍‌ସିବି ଏ ସମସ୍ତଙ୍କ ମେଡିକାଲ ଟେଷ୍ଟ କରିବ। ଚଢ଼ାଉ ବେଳେ ଏନ୍‌ସିବି ୩୦ ଗ୍ରାମ ଚରସ, ୨୦ ଗ୍ରାମ କୋକିନ୍‌, ୨୫ ଗ୍ରାମ୍‌ ଏମ୍‌ଡିଏମ୍‌ ଡ୍ରଗ୍ସର ଟାବଲେଟ୍‌ ଏବଂ ପ୍ରାୟ ୧୦ ଗ୍ରାମ୍‌ ଏମ୍‌ଡି ଡ୍ରଗ୍ସ ଜବତ କରିଛି।

ସୂଚନା ମୁତାବକ ଉକ୍ତ ଜାହାଜଟି ମୁମ୍ବାଇରୁ ଗୋଆ ଯାଉଥିଲା। ଶନିବାର ଅପରାହ୍ଣରେ ଏହି ଜାହାଜଟି ମୁମ୍ବାଇରୁ ବାହାରିଥିଲା। ଗୋଆରୁ ଏହା ଅକ୍ଟୋବର ୪ରେ ପୁଣି ମୁମ୍ବାଇ ଫେରିଥା’ନ୍ତା। ଏହି ଜାହାଜ ଉପରେ ‘Cray’Ark’ ନାଁରେ ଏକ ଇଭେଣ୍ଟ ଆୟୋଜନ ହୋଇଥିଲା। ସମୁଦ୍ର ଭିତରେ ଆୟୋଜିତ ହୋଇଥିବା ଏହି ପାର୍ଟିର ଏଣ୍ଟ୍ରି ଫିସ୍‌ ୬୦ ହଜାର ଟଙ୍କା ଠାରୁ ଆରମ୍ଭ ହୋଇ ୫ ଲକ୍ଷ ଟଙ୍କା ଯାଏଁ ରଖାଯାଇଥିଲା।

The post ରେଭ୍‌ ପାର୍ଟି ମାମଲା, ଭୁଲ୍‌ ମାନିଲେ ଆର୍ଯ୍ୟନ୍‌ appeared first on Odisha Reporter.



from Odisha Reporter https://ift.tt/3uBW8sM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages