ଭୋଟର ପ୍ରଶ୍ନ କରିବାରୁ ପିଟିଲେ ବିଧାୟକ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

ଭୋଟର ପ୍ରଶ୍ନ କରିବାରୁ ପିଟିଲେ ବିଧାୟକ, ଦେଖନ୍ତୁ ଭିଡିଓ

ଚଣ୍ଡିଗଡ଼: ଭୋଟର ପ୍ରଶ୍ନ କରିବାରୁ ମାଡ଼ ମାରିଲେ ବିଧାୟକ। ଏଭଳି ଏକ ଘଟଣା ଘଟିଛି ପଞ୍ଜାବରେ। ଏହାର ଏକ ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଦେଖିବାକୁ ମିଳିଛି।

ମାଡ଼ ମାରିଥିବା ବିଧାୟକଙ୍କ ନାଁ ଯୋଗୀନ୍ଦର ପଲ୍‌। ସେ କଂଗ୍ରେସର ବିଧାୟକ। ଭିଡିଓ ଦେଖିବା ପରେ ପଞ୍ଜାବରେ ଶାସନ ଗାଦିରେ ବସିଥିବା କଂଗ୍ରେସର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି। କାରଣ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଜନପ୍ରତିନିଧିଙ୍କ ଏଭଳି ଆଚରଣ ପ୍ରତିକୂଳ ସ୍ଥିତି ତିଆରି କରିପାରେ।

ପଠାନକୋଟ ଜିଲ୍ଲାର ଭୋଆରେ ଏକ ଟେଣ୍ଟ ତଳେ ବିଧାୟକ ଯୋଗୀନ୍ଦର ପଲ କିଛି ଲୋକଙ୍କୁ ସମ୍ବୋଧିତ କରୁଥିଲେ। ସେ ଗାଁରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ କହୁଥିବା ଜଣାପଡ଼ୁଛି। ତେବେ ମାଟିଆ ରଙ୍ଗର ଶାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କୁ ବିରୋଧ କରିଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ଉକ୍ତ ବ୍ୟକ୍ତି ଜଣଙ୍କୁ ପୁଲିସ୍ କର୍ମଚାରୀ ସେଠାରୁ ବାହାର କରି ଦେଉଛନ୍ତି। କିନ୍ତୁ ପରେ ସେ ବିଧାୟକଙ୍କ ନିକଟକୁ ଆସିଛନ୍ତି। ପ୍ରକୃତରେ ବିଧାୟକ କେତେ କାମ କରିଛନ୍ତି ବୋଲି ସେ ପଚାରିଛନ୍ତି। ଏହା ପରେ ବିଧାୟକ ଶ୍ରୀ ପଲ୍‌ ତାଙ୍କ ଗାଲରେ ଖୁବ୍ ଜୋରରେ ଚଟକଣା ଲଗାଇଛନ୍ତି। ତେବେ ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନଥିଲା। ସେ ଆହୁରି ମାଡ଼ ମାରିଥିଲେ। ଉପସ୍ଥିତ ଲୋକଙ୍କ ମଧ୍ୟରୁ ମଧ୍ୟ କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ପିଟିଥିଲେ। ଉପସ୍ଥିତ ଜଣେ ପୁଲିସ୍ କର୍ମଚାରୀ ବି ତାଙ୍କୁ ପିଟି ଥିଲେ। ଶେଷରେ ଅନ୍ୟ ଜଣେ ପୁଲିସ୍ କର୍ମଚାରୀ ଓ ଜଣେ ସାଧାରଣ ଲୋକ ତାଙ୍କୁ ସେଠାରୁ ବାହାରକୁ ନେଇ ଯାଉଥିବା ଦେଖିବାକୁ ମିଳିଛି।

ଏହି ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି। ପଞ୍ଜାବର ଗୃହ ମନ୍ତ୍ରୀ ସୁଖଜିନ୍ଦର ସିଂହ କହିଛନ୍ତି ଯେ ବିଧାୟକ ଯୋଗୀନ୍ଦର ପଲ ଆଦୌ ସେମିତି ବ୍ୟବହାର କରିବାର ନଥିଲା। ଆମେ ଲୋକଙ୍କ ପ୍ରତିନିଧି। ଆମେ ସେମାନଙ୍କ ସେବା କରିବାକୁ ନିର୍ବାଚିତ ହୋଇଛନ୍ତି।

The post ଭୋଟର ପ୍ରଶ୍ନ କରିବାରୁ ପିଟିଲେ ବିଧାୟକ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3aWnMb0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages