ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କାର ଟିକସ ନୋଟିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କାର ଟିକସ ନୋଟିସ

ମଥୁରା: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ରିକ୍ସା ଚାଳକଙ୍କୁ କେମିତି ୩ କୋଟି ଟଙ୍କାର ଟିକସ ପୈଠ କରିବାକୁ ଆୟକର ବିଭାଗ ନୋଟିସ୍‌ କରିଛି? ଏହା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଉତ୍ତର ପ୍ରଦେଶର ମଥୁରାରେ ଏପରି ଘଟଣା ଘଟିଛି। ଏଠାରେ ରିକ୍ସା ଚଳାଇ ପେଟ ପୋଷୁଥିବା ଜଣେ ବ୍ୟକ୍ତିଙ୍କୁ ଆୟକର ବିଭାଗ ୩ କୋଟିରୁ ଅଧିକ ଟଙ୍କା ପୈଠ କରିବାକୁ ନୋଟିସ କରିଛି। ନୋଟିସ ପାଇ ସ୍ତବ୍ଧ ହୋଇ ଯାଇଥିବା ରିକ୍ସା ଚାଳକ ଜଣଙ୍କ ଏନେଇ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମଥୁରାର ବାକାଲପୁର ଅଞ୍ଚଳରେ ଥିବା ଅମର କଲୋନୀରେ ପ୍ରତାପ ସିଂହ ନାମକ ଜଣେ ବ୍ୟକ୍ତି ରହୁଛନ୍ତି। ସେ ପେଶାରେ ଜଣେ ରିକ୍ସା ଚାଳକ। ତାଙ୍କୁ ପାଖକୁ ଏବେ ଆୟକର ବିଭାଗ ୩ କୋଟିରୁ ଅଧିକ ଟଙ୍କାର ନୋଟିସ କରିଛି। ଏହା ପଛରେ ସାଂଘାତିକ ଦୁର୍ନୀତି ଥିବା ପ୍ରତାପ ଅଭିଯୋଗ କରି ହାଇୱେ ପୁଲିସ୍‌ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି।

ଏସଏଚ୍‌ଓ ଅନୁଜ କୁମାର କହିଛନ୍ତି, ଅଭିଯୋଗ ପରେ ବିଧିବଦ୍ଧ ଭାବେ କୌଣସି ମାମଲା ରୁଜୁ ହୋଇନି। କିନ୍ତୁ ପୁଲିସ୍‌ ଅଭିଯୋଗ ଉପରେ ଯାଞ୍ଚ ଆରମ୍ଭ କରିଛି। ସେହିପରି ପ୍ରତାପ ସିଂହ ସୋଶାଲ ମିଡିଆରେ ଗୋଟିଏ ଭିଡିଓ ଅପଲୋଡ କରି ପୂରା ଘଟଣାକ୍ରମ ସମ୍ପର୍କରେ ସମସ୍ତଙ୍କୁ ଜଣାଇଛନ୍ତି।

ବାକାଲପୁରରେ ଥିବା ଜନ ସୁବିଧା କେନ୍ଦ୍ରରେ ପ୍ରତାପ ସିଂହ ମାର୍ଚ୍ଚ ୧୫ ତାରିଖରେ ନିଜର ପାନ କାର୍ଡ ପାଇଁ ଆବେଦନ କରିଥିଲେ। ଏହି କେନ୍ଦ୍ରଟି ତେଜ ପ୍ରକାଶ ଉପାଧ୍ୟାୟଙ୍କ ମାଲିକାନାରେ ଚାଲିଛି। ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତାପଙ୍କୁ ପାନ କାର୍ଡ ଦାଖଲ ପାଇଁ କହିଥିବାରୁ ସେ ଏପରି କରିଥିଲେ।

ଆବେଦନର କିଛି ଦିନ ପରେ ସଞ୍ଜଲ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସେ ପାନ କାର୍ଡର ଫଟୋ କପି ପାଇଥିଲେ। ତେବେ ସେ ପାଠ ପଢ଼ି ନଥିବାରୁ ଅର୍ଜିନାଲ ଓ ଫୋଟ କପି ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ପାରି ନଥିଲେ। ସେ ପାଇଥିବା ପାନ କାର୍ଡର ଫଟୋ କପିକୁ ଅର୍ଜିନାଲ ବୋଲି ଭାବି ନେଇଥିଲେ।

ଅକ୍ଟୋବର ୧୯ରେ ତାଙ୍କୁ ଆୟକର ବିଭାଗ ପକ୍ଷରୁ ଫୋନ କଲ ଆସିଥିଲା। ଏହି ସମୟରେ ତାଙ୍କୁ ୩,୪୭,୫୪,୮୯୬ ଟଙ୍କା ଦେଖାବକୁ କୁହାଯାଇଥିଲା। ସେ ପ୍ରଥମେ କିଛି ବୁଝି ପାରି ନଥିଲେ। ଏହାପରେ ତାଙ୍କ ଠିକଣାରେ ଗୋଟିଏ ନୋଟିସ୍‌ ଟଙ୍କା ଦାଖଲ କରିବା ପାଇଁ ପହଞ୍ଚିଥିଲା।

ଏଥିରେ ଆୟକର ବିଭାଗର ଅଧିକାରୀ କହିଛନ୍ତି ଯେ ତାଙ୍କ ନାଁରେ ବ୍ୟବସାୟ କରିବା ପାଇଁ ଜିଏସ୍‌ଟି ନମ୍ବର ରହିଛି। ଏଥିସହ ୨୦୧୮-୧୯ରେ ସେ କରୁଥିବା ବ୍ୟବସାୟର ଟର୍ଣ୍ଣ ଓଭର ୪୩,୪୪,୩୬,୨୦୧ ଟଙ୍କା ରହିଥିଲା। ତେଣୁ ତାଙ୍କୁ ଟିକସ ବାବଦରେ ୩ କୋଟିରୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଏହା ଶୁଣି ରିକ୍ସା ଚାଳକ ଜଣଙ୍କ ସ୍ତବ୍ଧ ହୋଇ ଯାଇଥିଲେ। ଏହାପରେ ସେ ଠକେଇ ଅଭିଯୋଗ ଆଣି ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି।

The post ରିକ୍ସା ଚାଳକଙ୍କୁ ୩ କୋଟି ଟଙ୍କାର ଟିକସ ନୋଟିସ appeared first on Odisha Reporter.



from Odisha Reporter https://ift.tt/3BdwGLU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages