ଶିକ୍ଷକ ହେବ ତ ଏମିତି, ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଦୈନିକ ଚାଲୁଛନ୍ତି ୮ କିମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ଶିକ୍ଷକ ହେବ ତ ଏମିତି, ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଦୈନିକ ଚାଲୁଛନ୍ତି ୮ କିମି

ବଳରାମପୁର: ଖରାପ ରାସ୍ତା ପାଇଁ ସ୍କୁଲରେ ପାଠପଢ଼ୁଥିବା ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ଯେମିତି କୌଣସି ସମସ୍ୟା ନ ରହିବ, ସେକଥା ନିଶ୍ଚିତ କରିଛନ୍ତି ଗୋଟିଏ ସରକାରୀ ସ୍କୁଲର ଶିକ୍ଷକ। ଛତିଶଗଡ଼ର ବଳରାମପୁରରେ ଥିବା ଗୋଟିଏ ସରକାରୀ ସ୍କୁଲର ଶିକ୍ଷକମାନେ ପ୍ରତିଦିନ ଦୀର୍ଘ ୮ କିମି ରାସ୍ତାକୁ ଚାଲିଚାଲି ଅତିକ୍ରମ କରି ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରାସନ ଆଣୁଛନ୍ତି।

ଉକ୍ତ ସ୍କୁଲକୁ କୌଣସି ରାସ୍ତା ନାହିଁ। ଶିକ୍ଷକମାନେ ନିଜ କାନ୍ଧରେ ରାସନ ସାମଗ୍ରୀ ଧରି ବିଭିନ୍ନ ପାହାଡ଼ିଆ ଓ ଛୋଟ ଛୋଟ ଝରଣା ରାସ୍ତାକୁ ଅତିକ୍ରମ କରି ସ୍କୁଲରେ ପହଞ୍ଚୁଛନ୍ତି। ବଳରାମପୁରର ପାହାଡ଼ିଆ ଅଞ୍ଚଳରେ ସ୍କୁଲଟି ରହିଛି। ତେଣୁ ଏଠାକୁ ରାସ୍ତା ସଂଯୋଗ କରିବା ପାଇଁ ଶିକ୍ଷକମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ପିଲାମାନଙ୍କ ପାଇଁ ଉକ୍ତ ସ୍କୁଲର ଶିକ୍ଷକମାନେ ଦେଖାଇଥିବା ନିଷ୍ଠାପରତାକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଶିକ୍ଷକ ସୁଶୀଲ ଯାଦବ କହିଛନ୍ତି, “ଏଠାରେ ଅନେକ ପ୍ରକାରର ସମସ୍ୟା ରହିଛି। ପାହାଡ଼ ଉପରେ ଥିବା ଗାଁକୁ ସଂଯୋଗ କରିଥିବା ରାସ୍ତା ଅତ୍ୟନ୍ତ ଖରାପ। ବିଶେଷ କରି ବର୍ଷା ଦିନେ ଏହାର ଅବସ୍ଥା ଆହୁରି ସାଂଘାତିକ ହୋଇଥାଏ। ଆମକୁ ରାସନ ଆଣିବା ବେଳେ ବିଭିନ୍ନ ପ୍ରକାରର ଝରଣା ରାସ୍ତାକୁ ଅତିକ୍ରମ କରିବାକୁ ପଡ଼ୁଛି।

ରାସ୍ତାରେ ଆସିବା ବେଳେ ବଣୁଆ ଜୀବଜନ୍ତୁଙ୍କ ଭୟ ମଧ୍ୟ ରହୁଛି। ତଥାପି ଆମେ ସ୍କୁଲର ପିଲାମାନେ ଯେମିତି ମଧ୍ୟାହ୍ନ ଭୋଜନ ପାଇବେ, ସେକଥାକୁ ନିଶ୍ଚିତ କରିବାକୁ ଚେଷ୍ଟା କରୁଛୁ। ଆମେ ସରକାରଙ୍କୁ ତୁରନ୍ତ ଗୋଟିଏ ରାସ୍ତା ଗାଁକୁ ସଂଯୋଗ କରିବା ପାଇଁ ନିବେଦନ କରୁଛୁ।”


ଗାଁରେ ରହୁଥିବା ଲଖନ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଖଡାଇ ଦାମର ଗ୍ରାମ ପଞ୍ଚାୟତ ସରକାରୀ ସ୍କୁଲରେ ଦୁଇ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେମାନେ ସବୁଦିନ ଚାଲିଚାଲି ଏଠାକୁ ଆସୁଛନ୍ତି। ସେମାନଙ୍କ ନିଷ୍ଠାପରତାକୁ ଆମେ ସଲାମ କରୁଥିବା ସେ କହିଛନ୍ତି।

ବଳରାମପୁରର ଜିଲ୍ଲା ଶିକ୍ଷା ଅଧିକାରୀ ବି ଇକ୍କା କହିଛନ୍ତି, “ମୁଁ ନିଜେ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଆମର ଦୁଇ ଶିକ୍ଷକ ସୁଶୀଲ ଓ ପଙ୍କଜ ସେଠାରେ ନିଯୁକ୍ତି ପାଇଛନ୍ତି। ସେମାନେ ପିଡିଏସ ଦୋକାନରୁ ମଧ୍ୟାହ୍ନ ଭୋଜନ ପାଇଁ ରାସନ ସଂଗ୍ରହ କରନ୍ତି ଓ ଚାଲିଚାଲି ପାହାଡ଼ ଉପରେ ଥିବା ସ୍କୁଲରେ ପହଞ୍ଚୁଛନ୍ତି। ସେମାନଙ୍କ ଏପରି କାର୍ଯ୍ୟକୁ ମୁଁ ସାଲ୍ୟୁଟ କରୁଛି।”

The post ଶିକ୍ଷକ ହେବ ତ ଏମିତି, ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଦୈନିକ ଚାଲୁଛନ୍ତି ୮ କିମି appeared first on Odisha Reporter.



from Odisha Reporter https://ift.tt/3GtLKJx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages