ବିଶ୍ୱକପ ଟିମ୍‌ରେ ପରିବର୍ତ୍ତନ କଲା ଭାରତ, ସହଯୋଗୀ ଖେଳାଳିଙ୍କ ନାଁ ବି ଘୋଷଣା ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

ବିଶ୍ୱକପ ଟିମ୍‌ରେ ପରିବର୍ତ୍ତନ କଲା ଭାରତ, ସହଯୋଗୀ ଖେଳାଳିଙ୍କ ନାଁ ବି ଘୋଷଣା ହେଲା

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଓମାନ ଓ ୟୁଏଇରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍‌ ଇଣ୍ଡିଆର ସ୍କ୍ୱାଡ ବଦଳିଛି। ବିସିସିଆଇ ହଠାତ୍‌ ୧୫ ଜଣିଆ ସ୍କ୍ୱାଡରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ବିଦା କରିଦେଇଛି। ତାଙ୍କ ବଦଳରେ ଇନଫର୍ମ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ୧୫ ଜଣିଆ ମୁଖ୍ୟ ସ୍କ୍ୱାଡରେ ସାମିଲ ହୋଇଛନ୍ତି।

ସେହିପରି ପୂର୍ବରୁ ୧୫ ଜଣିଆ ତାଲିକାରେ ଥିବା ଅକ୍ଷର ଏବେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଦଳ ସହ ୟୁଏଇରେ ରହିବେ। ଅକ୍ଷର ଆଇପିଏଲରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତଥାପି ଶେଷ ମୁହୂର୍ତ୍ତରେ କାହିଁକି ତାଙ୍କୁ ୧୫ ଜଣିଆ ତାଲିକାରୁ ବାଦ ଦିଆଗଲା ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ଅକ୍ଷରଙ୍କ ସହ ଷ୍ଟାଣ୍ଡବାଇରେ ଶ୍ରେୟସ ଆୟର ଓ ଦୀପକ ଚହର ପୂର୍ବଭଳି ରହିଛନ୍ତି।

ଶାର୍ଦ୍ଦୁଲ ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳୁଛନ୍ତି। ସେ ତାଙ୍କ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ଏଯାଏ ୧୫ଟି ମ୍ୟାଚ୍‌ରେ ୧୮ଟି ୱିକେଟ ନେଇଥିବା ଶାର୍ଦ୍ଦୁଲ ବ୍ୟାଟିଂରେ ମଧ୍ୟ ପୂର୍ବରୁ ନିଜର ଜଲୱା ଦେଖାଇ ସାରିଛନ୍ତି। ତେଣୁ ତାଙ୍କ ଉପରେ ବିସିସିଆଇ ଅଧିକ ଭରସା ଦେଖାଇଛି।

ସେପ୍ଟେମ୍ବର ୮ରେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ବିସିସିଆଇର ଚୟନ କମିଟି ବିଶ୍ୱକପ ପାଇଁ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଥିଲା। ଏଥିରେ ରବି ଅଶ୍ୱିନ, ରାହୁଲ ଚହର, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲଙ୍କ ଭଳି ୫ ଜଣ ସ୍ପିନର ଥିଲେ। ହେଲେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ କେବଳ ହାର୍ଦ୍ଦିକ ପାଣ୍ଡ୍ୟା ସ୍କ୍ୱାଡରେ ରହିଥିଲେ।

ଆଇପିଏଲରେ ହାର୍ଦ୍ଦିକ ଆଦୌ ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି। ସେହିପରି ସେ ବିଶ୍ୱକପରେ ବୋଲିଂ କରିବେ କି ନାହିଁ, ସେକଥା ଜଣାପଡ଼ିନି। ତେଣୁ ବିସିସିଆଇ ଜଣେ ସ୍ପିନିଂ ଅଲରାଉଣ୍ଡର(ଅକ୍ଷର ପଟେଲ)ଙ୍କୁ ବାଦ ଦେଇ ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ କରିଥିବା କୁହାଯାଉଛି।

ଅନ୍ୟପକ୍ଷରେ ବିସିସିଆଇ ଟି-୨୦ ସମୟରେ ମୁଖ୍ୟ ଦଳକୁ ପ୍ରସ୍ତୁତିରେ ସହଯୋଗ କରିବା ପାଇଁ ୮ ଜଣ ଯୁବ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏମାନେ ଟି-୨୦ ବିଶ୍ୱକପ ଶେଷ ହେବା ଯାଏ ଦଳ ସହ ୟୁଏଇରେ ରହିବେ। ଏହି ୮ ଜଣଙ୍କ ମଧ୍ୟରେ ଆଭେଶ ଖାନ, ଭେଙ୍କଟେଶ ଆୟର, ହର୍ଷଲ ପଟେଲ, ଉରମନ ମାଲିକ, ଲୁକମାନ ମେରିୱାଲ, କରଣ ଶର୍ମା, ଶାହବାଜ ଅହମଦ ଓ କ୍ରିଷ୍ଣାପ୍ପା ଗୌତମ ରହିଛନ୍ତି।

ଭେଙ୍କଟେଶ, ହର୍ଷଲ, ଆଭେଶ ଓ ଉମରନ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ହର୍ଷଲ ଚଳିତ ଆଇପିଏଲରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ମଧ୍ୟ। ତେଣୁ ଭାରତୀୟ ଦଳର ବିଶ୍ୱକପ ପ୍ରସ୍ତୁତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଉମରନ ମାଲିକଙ୍କ ପେସ ବୋଲିଂ ସମସ୍ତଙ୍କୁ ପ୍ରଭାବିତ କରିଛି। ସେ ୧୪୫ରୁ ଅଧିକ ବେଗରେ କ୍ରମାଗତ ବୋଲିଂ କରୁଛନ୍ତି। ତେଣୁ ନେଟ୍ସରେ ଭାରତୀୟ ବ୍ୟାଟସମ୍ୟାନ ତାଙ୍କୁ ସାମ୍ନା କରି ନିଜକୁ ବିଶ୍ୱକପ ପାଇଁ ପ୍ରସ୍ତୁତ କରିବେ ବୋଲି ବିସିସିଆଇ ଆଶା କରିଛି।

ଭାରତୀୟ ସ୍କ୍ୱାଡ୍: ରୋହିତ୍ ଶର୍ମା, ଲୋକେଶ ରାହୁଲ, ବିରାଟ୍ କୋହଲି (କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଈଶାନ କିଷନ, ରାହୁଲ ଚହର, ଶାର୍ଦ୍ଦୁଲ ଠାକରୁ, ରବି ଅଶ୍ୱିନ ଓ ବରୁନ୍ ଚକ୍ରବର୍ତ୍ତୀ।

ଷ୍ଟାଣ୍ଡବାଇ: କ୍ଷର ପଟେଲ, ଦୀପକ ଚହର ଓ ଶ୍ରେୟସ ଆୟର

The post ବିଶ୍ୱକପ ଟିମ୍‌ରେ ପରିବର୍ତ୍ତନ କଲା ଭାରତ, ସହଯୋଗୀ ଖେଳାଳିଙ୍କ ନାଁ ବି ଘୋଷଣା ହେଲା appeared first on Odisha Reporter.



from Odisha Reporter https://ift.tt/30k6Hpr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages