କୋରାପୁଟ (ଓଡ଼ିଶା ରିପୋର୍ଟର): ଚାକିରି ଦେବା ନାଁରେ ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଟାଉନ ଥାନା ଅଞ୍ଚଳରେ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ତୁଷାର କାନ୍ତ ତୁରୁ। ତାଙ୍କ ଘର ବୁର୍ଜା ଗାଁରେ।
ଅଭିଯୋଗ ଅନୁସାରେ ଅନୁସାରେ, ଗତକାଲି ତୁଷାର କାନ୍ତ ମହିଳା ଜଣଙ୍କୁ ଚାକିରି ବିଷୟରେ କଥାବାର୍ତ୍ତା କରିବା ପାଇଁ ଏକ ହୋଟେଲକୁ ଡାକିଥିଲେ। ସେଠାରେ କଥାବାର୍ତ୍ତା ଆଳରେ ମଦ ପିଇବା ପାଇଁ ଦେଇଥିଲେ। ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳା ଘଟଣା ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ ଫୋନରେ ଜଣାଇଥିଲେ। ତାଙ୍କ ସ୍ୱାମୀ ଏନେଇ ପୁଲିସ ଜଣାଇଥିଲେ। ପୁଲିସ ହୋଟେଲ ରୁମରେ ଚଢ଼ାଉ କରି ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ତୁଷାରକାନ୍ତଙ୍କୁ ଗିରଫ କରିଥିଲା। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
The post ଚାକିରି ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ appeared first on Odisha Reporter.
from Odisha Reporter https://ift.tt/3jN9mPu
No comments:
Post a Comment