ପୁଣି ଚର୍ଚ୍ଚାରେ ନଗଡ଼ା: ଚାଉଳ ପାଇଁ ୨୦ କି.ମି. ଚାଲିଲେ କୁନି କୁନି ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ପୁଣି ଚର୍ଚ୍ଚାରେ ନଗଡ଼ା: ଚାଉଳ ପାଇଁ ୨୦ କି.ମି. ଚାଲିଲେ କୁନି କୁନି ପିଲା

ଯାଜପୁର(ଅଭୟ ପତି): କରୋନା କାଳରେ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କୁ ମିଳୁନି ରନ୍ଧା ଖାଦ୍ୟ । ବଦଳରେ ଦିଆଯାଉଛି ଚାଉଳ। ଏହି ଚାଉଳ ପିଲାଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ମାତ୍ର ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ନଗଡ଼ାରେ ଦେଖିବାକୁ ମିଳିଛି ଏହି ନିୟମର ବ୍ୟତିକ୍ରମ ।

ଏଠାରେ ସରକାରୀ ଅଧିକାରୀ ନିଜ ଦାୟିତ୍ୱ ଭୁଲିଯିବାରୁ ଘରୁ ଗୋଡ଼ କାଢ଼ିଲେ କୁନି କୁନି ପିଲା। ଏପରିକି ସରକାରଙ୍କ ପ୍ରଦତ୍ତ ଚାଉଳରେ କିଛି ଦିନ ପରିବାର ଲୋକଙ୍କ ପେଟ ପୋଷିହୋଇଯିବ ଆଶାରେ ପ୍ରାୟ ୨୦ କିମି ଚାଲିଛନ୍ତି କୁନି କୁନି ପିଲା।  ଏପରିକି ଖାଲି ପାଦରେ ଦୁର୍ଗମ ରାସ୍ତାରେ ପ୍ରାୟ ୧୦ କିମି. ପାହାଡ ଖସିବା ସହ ପୁଣି ଚାଉଳ ମୁଣ୍ଡାଇ ୧୦ କିମି ପାହାଡ ଚଢ଼ି ଭୋକ ଉପାସରେ ଘରେ ପହଞ୍ଚିଛନ୍ତି।  ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବହୁଚର୍ଚ୍ଚିତ ନଗଡ଼ାରେ।  ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ନଗଡ଼ାର ଉନ୍ନତି ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧୀକ ଟଙ୍କା  । କିନ୍ତୁ ଫଳ ଶୂନ । ସମୟ ସମୟରେ ଏଠାରେ ଘଟୁଥିବା ଅଭାବନୀୟ ଘଟଣା ଗଣମାଧ୍ୟମର ଶିରୋନାମା ପାଲଟି ଯାଉଛି।

ପିଲାମାନେ ଚାଉଳ ପାଇଁ ଗହଳି ଜମାଇଛନ୍ତି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଦେଓଗାଁ ସ୍କୁଲରେ ନଗଡ଼ାରୁ ୧୬ , ତୁମୁଣିରୁ ୨୮ ଏବଂ ଗୁହିଆଶାଳରୁ ୯ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ସୂଚନା ମିଳିଛି। ଗତକାଲି ନଗଡ଼ା ଓ ଗୁହିଆଶାଳରୁ ୨୪ ଛାତ୍ରଛାତ୍ରୀ ଚାଉଳ ଆଣିବାକୁ  ଅଶୋକଝର ଯାଇଥିଲେ । ଏଥିପାଇଁ ସେମାନେ ସକାଳ ୭ଟାରୁ ଘରୁ ବାହାରିଥିଲେ। ଏପରିକି ପାହାଡ଼ିଆ ରାସ୍ତାରେ ଖସି ଖସି ଦୀର୍ଘ ୧୦ କିମି ଯିବା ପରେ ଅଶୋକଝରଠାରେ ପହଞ୍ଚିଥିଲେ। ସେମାନଙ୍କ ଗୋଡ଼ରେ ନା ଥିଲା ଜୋତା, ନା ହାତରେ ଥିଲା କିଛି ଖାଦ୍ୟ ସାମଗ୍ରୀ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅଖିଆ ଅପିଆ ଚାଉଳ ଧରି ଫେରିଲେ। ଏପରିକି, ଚାଉଳ ବସ୍ତାକୁ ମୁଣ୍ଡାଇ ପୁଣି ଥରେ ପାହାଡ ଚଢ଼ି ୧୦ କିମି ଅତିକ୍ରମ କରି କୁନି କୁନି ପିଲା ଘରକୁ ବାହୁଡ଼ିଥିବା ଜଣାଯାଇଛି।

ନଗଡ଼ାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ବିକାଶ ଓ ପ୍ରଶାସନିକ ବ୍ୟବସ୍ଥା ଯେପରି ଏଠାରେ ସତେ ଯେପରି ଅଚଳ ।  ଏ ସମ୍ପର୍କରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ପିଲାଙ୍କ ରାସନ ତାଙ୍କ ନିକଟରେ ପହଞ୍ଚାଇବା ଉଚିତ । ହେଲେ ପିଲା ରାସନ ପାଇଁ ପାହାଡ଼ ତଳକୁ ଆସିଥିବା ଘଟଣା ତାଙ୍କ ନଜରକୁ ଆସିଛି । ତା’ ଉପରେ ସେ BDO ଙ୍କୁ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଥିଲେ।

ସେପଟେ ଚାଉଳ ପହଞ୍ଚାଇବା ବ୍ଲକ ଶିକ୍ଷାଧିକାରୀଙ୍କ ଦାୟିତ୍ୱ । କିପରି ପିଲା ଚାଲି ଚାଲି ଗଲେ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଦାୟିତ୍ୱରେ ଥିବା ଦାନଗଦି ବିଡିଓ ।

The post ପୁଣି ଚର୍ଚ୍ଚାରେ ନଗଡ଼ା: ଚାଉଳ ପାଇଁ ୨୦ କି.ମି. ଚାଲିଲେ କୁନି କୁନି ପିଲା appeared first on Odisha Reporter.



from Odisha Reporter https://ift.tt/3mxcdhn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages