ଆତ୍ମସମର୍ପଣ କଲେ ରାହୁଲ ମୂଷାକୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

ଆତ୍ମସମର୍ପଣ କଲେ ରାହୁଲ ମୂଷାକୀ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଏସ୍‌ପି ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ନକ୍ସଲ ରାହୁଲ ମୂଷାକୀ ଓରଫ ପିଣ୍ଟୁ। ତାଙ୍କ ଘର ଛତିଶଗଡ଼ର ସୁକ୍‌ମା ଜିଲ୍ଲାର ତଲତ ଗାଁରେ।

ରାହୁଲ ୨୦୧୫ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ପାର୍ଟି ମେମ୍ବର ଭାବେ ବଂଶଧାରା ଘୁମୁସୁର ନାଗାବଳି ଡିଭିଜନରେ କାମ କରୁଥିଲେ। ସେ ନକ୍ସଲଙ୍କ ଦ୍ୱାରା ଘଟା ଯାଇଥିବା ଅନେକ ହିଂସାକାଣ୍ଡରେ ସାମିଲ ଥିଲେ।

ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଦୃଷ୍ଟିରଖି ସେ ଆତ୍ମସମର୍ପଣ କରିଥିବା କହିଛନ୍ତି। ରାହୁଲ ମୂଷାକୀ କହିଛନ୍ତି, ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାରଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହର କୌଣସି ଆବଶ୍ୟକତା ନାହିଁ। ନକ୍ସଲଙ୍କ ସଶସ୍ତ୍ର ବିଦ୍ରୋହକୁ ଆଉ ଜନସମର୍ଥନ ମିଳୁ ନାହିଁ। ଓଲଟି ଲୋକମାନେ ନକ୍ସଲମାନଙ୍କୁ ବିରୋଧ କରୁଛନ୍ତି। ଏହା ସହିତ ସେ ନକ୍ସଲ ସଂଗଠନରେ ଥିବା ଅନ୍ୟ ସମସ୍ତଙ୍କୁ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଅନୁଯାୟୀ ରାହୁଲ ମୂଷାକୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ତାଙ୍କୁ ଘର ତିଆରି କରିବା ପାଇଁ ଆର୍ଥିକ ସହାୟତା ଦିଆଯିବା ବୋଲି ଜିଲ୍ଲା ପୁଲିସ୍ ପକ୍ଷରୁ କୁହାଯାଇଛି।

The post ଆତ୍ମସମର୍ପଣ କଲେ ରାହୁଲ ମୂଷାକୀ appeared first on Odisha Reporter.



from Odisha Reporter https://ift.tt/3aowizn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages