ନୂଆଦିଲ୍ଲୀ: ବିଜୟା ଦଶମୀରେ ରାବଣ ପୋଡି ପାଇଁ ଚାଲିଛି ପ୍ରସ୍ତୁତି। ଆଜି ସନ୍ଧ୍ୟାରେ ଦେଶର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଦିଲ୍ଲୀରେ ସନ୍ଧ୍ୟା ୬ଟା ଏବଂ ଲକ୍ଷ୍ନୌରେ ରାତି ୮ଟାରେ ହେବ ରାବଣପୋଡ଼ି। ଦିଲ୍ଲୀ ନୋଇଡା ଏବଂ ବିହାର ପାଟନାରେ ରାବଣ ପୋଡି ପାଇଁ ପ୍ରସ୍ତୁତି ଚଳାଇଛନ୍ତି କାରିଗର। ସେପଟେ କିନ୍ତୁ ମୁମ୍ବାଇରେ ଏଥିର କୌଣସି ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ।
କରୋନା ପାଇଁ ଚଳିତବର୍ଷ ଅଧିକ ଉଚ୍ଚତାରେ ରାବଣର ପ୍ରତିମୂର୍ତ୍ତି ନିର୍ମାଣ କରିନାହାନ୍ତି ଆୟୋଜକ। ହେଲେ ବିଧି ରକ୍ଷା ପାଇଁ କମ୍ ଉଚ୍ଚତାରେ ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଆୟୋଜକଙ୍କ ନିର୍ଦ୍ଦେଶ ମୁତାବକ ଛୋଟ ଛୋଟ ରାବଣ ପ୍ରତିମୂର୍ତ୍ତି ତିଆରି କରିଛନ୍ତି କାରିଗର। ପ୍ରଥମେ ଦିଲ୍ଲୀରେ ରାବଣର ଉଚ୍ଚତା ୧୫୦ ଫୁଟ ହେଉଥିଲା କିନ୍ତୁ ଚଳିତ ବର୍ଷ ଏହାକୁ କମାଇ ୫୦ ଫୁଟ କରିଦିଆଯାଇଛି।
ସେହିପରି ରାବଣ ପୋଡି ଆୟୋଜନ ହେଉଥିଲେ ମଧ୍ୟ ଲୋକଙ୍କୁ ସମ୍ପୃକ୍ତ ସ୍ଥାନକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। କେବଳ ବିଧି ରକ୍ଷା ପାଇଁ କରୋନା ଗାଇଡଲାଇନ୍ସ ମାନି ଆୟୋଜନ ହୋଇଥିବା କହିଛନ୍ତି ଆୟୋଜକ। ଏମିତିକି ଏଥର କରୋନା ରୂପକ ରାକ୍ଷସର ପ୍ରତିମୂର୍ତ୍ତି ତିଆରି କରାଯାଇ, ସେଥିରେ ଅଗ୍ନିସଂଯୋଗ କରାଯିବା ପାଇଁ ପ୍ରସ୍ତୁତି କରାଯାଇଛି।
The post ଏଥର ବିନା ଦର୍ଶକରେ ରାବଣ ପୋଡି appeared first on Odisha Reporter.
from Odisha Reporter https://ift.tt/3oYTKMa
No comments:
Post a Comment