ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା କୋପ ଆଉ ପୂର୍ବ ପରି ସଂକ୍ରାମକ ସ୍ଥିତିରେ ନ ଥିବା ବେଳେ ଆଜିଠାରୁ ଲାଗୁ ହୋଇଛି ନୂଆ କରୋନା ଗାଇଡଲାଇନ୍ । ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ପୂର୍ବ ପରି ଜାରି ରହିବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ । ସମସ୍ତ ପ୍ରକାର ଦୋକାନ ସକାଳ ୫ରୁ ରାତି ୧୦ ଖୋଲା ରହିପାରିବ।
ନଭେମ୍ବର ଗାଇଡ ଲାଇନ ଅନୁସାରେ ରାଜ୍ୟର କୌଣସି ସ୍ଥାନରେ ମଧ୍ୟ ସପ୍ତାହନ୍ତ ଶଟଡାଉନ୍ ରହିବ ନାହିଁ । ଅନଲକ ପିରିୟଡରେ ସାରା ରାଜ୍ୟରେ ସମସ୍ତ ପ୍ରକାର ଦୋକାନ, ମଲ୍ ଖୋଲା ରହିପାରିବ । ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ବି ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ର ଗାଇଡଲାଇନ ମାନିବାକୁ ପଡ଼ିବ । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ନିଜ ଅଞ୍ଚଳରେ ଏନେଇ ନିଷ୍ପତ୍ତି ନେବେ। ବାଣ ଫୁଟାଇବା ସମ୍ପର୍କିତ ଗାଇଡଲାଇନ ପୃଥକ ଭାବେ ଜାରି ହେବ।
The post ଆଜିଠୁ ନୂଆ କରୋନା ଗାଇଡଲାଇନ୍, ଜାଣି ରଖନ୍ତୁ କ’ଣ ରହିଛି କଟକଣା appeared first on Odisha Reporter.
from Odisha Reporter https://ift.tt/3pS3t7t
No comments:
Post a Comment