ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ପୁରୀ ବାସିନ୍ଦା। ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏହା ସହ ଦୁଇଟି କିଓସ୍କ କରାଯାଇଛି।
ସ୍ୱତନ୍ତ୍ର ଧାଡିରେ ପୁରୀ ବାସିନ୍ଦା ସାତ ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଏଥିନିମନ୍ତେ ସେମାନଙ୍କୁ ଦୁଇଟି ଡୋଜ କୋଭିଡ୍ ଟିକା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ। ଦର୍ଶନ ପରେ ଉତ୍ତର କିମ୍ବା ଦକ୍ଷିଣ ଦ୍ୱାର ଦେଇ ବାହାରକୁ ବାହାରିପାରିବେ।
ଅକ୍ଟୋବର ୨୭ ତାରିଖରେ ଏନେଇ ଭରର୍ଚୁଆଲ୍ ବୈଠକ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କେ. ଵିଶାଲ ସିଂ, ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ପୁରୀ ବାସିନ୍ଦା ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଶେଷରେ ନଭେମ୍ବର ୧ ତାରିଖରୁ ପୁରୀ ବାସିନ୍ଦା ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।
The post ଆଜିଠୁ ପଶ୍ଚିମଦ୍ୱାର ଦେଇ ଜଗା ଦର୍ଶନ କରିବେ ପୁରୀବାସୀ appeared first on Odisha Reporter.
from Odisha Reporter https://ift.tt/3w3ljFp
No comments:
Post a Comment