ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ଜାଣନ୍ତୁ, କେଉଁ ଜିନିଷ ସହ ଭିତରକୁ ପ୍ରବେଶ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ଜାଣନ୍ତୁ, କେଉଁ ଜିନିଷ ସହ ଭିତରକୁ ପ୍ରବେଶ ମନା

ବାରିପଦା(ଓଡ଼ିଶା ରିପୋର୍ଟର):ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଦିନେ ଅଭୟାରଣ୍ୟ ମଧ୍ୟରେ ଥିବା ମାଟି ରାସ୍ତାରେ ଯିବା ସମ୍ଭବପର ହେଉ ନ ଥିବାରୁ ପ୍ରତି ବର୍ଷ ବର୍ଷାଋତୁରେ ଏହାକୁ ବନ୍ଦ କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌।

ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ ।  ସକାଳ ୬ଟାରୁ ୯ଟା ଯାଏ ପର୍ଯ୍ୟଟକମାନେ ନିଜ ଗାଡ଼ି ଓ ନାଁ ଠିକଣା ଗେଟ୍‌ରେ ଦାଖଲ କରିବେ । ଅଭୟାରଣ୍ୟ ଭିତରେ ବୁଲିବା ସମୟରେ ସେମାନେ କୋଭିଡ ଗାଇଡ୍ ଲାଇନ ମାନିବାକୁ ବାଧ୍ୟ । ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି । ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।

୨, ୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକମାନେ ବରେହିପାଣି, ଯରୋନ୍ଦା ପରି ଜଳପ୍ରପାତ ଦେଖିପାରିବେ । ତା ସହିତ ନଅଣା, ଗୁଡୁଗୁଡିଆରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ରାତ୍ରୀଯାପନ ପାଇଁ ଗୁଡୁଗୁଡିଆ, ଜାମୁଆଣି, ରାମତୀର୍ଥ ଓ କୁମାରିରେ କ୍ୟାମ୍ପ ସହିତ କଟେଜ ବ୍ୟବସ୍ଥା  ରହିଛି ।

ପର୍ଯ୍ୟଟକମାନେ କେବଳ ଅନ୍‌ଲାଇନ୍‌ରେ ଅଗ୍ରିମ ବୁକିଂ କରିପାରିବେ । WWW. SIMILIPAL.COM ବା ODISHA TOURISM   ୱେବସାଇଟରେ ମଧ୍ୟ ବୁକିଂ କରିହେବ । ଏ ବର୍ଷ ସାଇକଲରେ ମଧ୍ୟ ବୁଲିବାର ଅନୁମତି ଅଛି । ଗତ ବର୍ଷ ଶିମିଳିପାଳକୁ ୪୩ ହଜାର ପର୍ଯ୍ୟଟକ ଆସିଥିବା ବେଳେ ୨ କୋଟି ୩୫ ଲ୭ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା  ।

The post ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ଜାଣନ୍ତୁ, କେଉଁ ଜିନିଷ ସହ ଭିତରକୁ ପ୍ରବେଶ ମନା appeared first on Odisha Reporter.



from Odisha Reporter https://ift.tt/3jWiMbg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages