ଗସ୍ତ ପୂର୍ବରୁ ପାକିସ୍ତାନକୁ କଡ଼ା ନିର୍ଦ୍ଦେଶ ଦେଲେ ଆମେରିକା ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 1, 2021

ଗସ୍ତ ପୂର୍ବରୁ ପାକିସ୍ତାନକୁ କଡ଼ା ନିର୍ଦ୍ଦେଶ ଦେଲେ ଆମେରିକା ଅଧିକାରୀ

ୱାଶିଂଟନ: ଆମେରିକାର ଜଣେ ବରିଷ୍ଠ ଅଧିକାରୀ ନିଜର ପାକିସ୍ତାନ ଗସ୍ତ ପୂର୍ବରୁ ଇସଲାମାବାଦକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ନିଜ ଦେଶରେ ସକ୍ରିୟ ଥିବା ସମସ୍ତ ଆତଙ୍କୀ ସଂଗଠନ ଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଅଧିକାରୀ ଜଣଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ଡେପୁଟି ସେକ୍ରେଟାରୀ ଅଫ ଷ୍ଟେଟ ୱେଣ୍ଡୀ ଶେରମାନ ପାକିସ୍ତାନ ଗସ୍ତ କରିବେ ଓ ଅକ୍ଟୋବର ୭-୮ରେ ସେଠାରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ଆଫଗାନିସ୍ତାନରେ ତାଲିବାନକୁ ନେଇ ପାକିସ୍ତାନ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଆମେରିକା ବାରମ୍ବାର ଅଭିଯୋଗ କରୁଛି। ଏପରିସ୍ଥିତରେ ୱେଣ୍ଡୀ ପାକିସ୍ତାନ ସହ ଆଲୋଚନା କରିବାକୁ ଇସଲାମାବାଦ ଯିବେ।

ଏହି ଗସ୍ତ ପୂର୍ବରୁ ସେ କହିଛନ୍ତି, ଆମେ ଆତଙ୍କବାଦ ବିରୋଧରେ ପାକିସ୍ତାନ ସହ ସୁଦୃଢ଼ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛୁ। ଭେଦଭାବ ନ କରି ପାକିସ୍ତାନ ସବୁ ଆତଙ୍କୀ ସଂଗଠନ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ପାକିସ୍ତାନ ଏପରି ପଦକ୍ଷେପ ନେବେ ବୋଲି ଆମର ଆଶା ରହିଛି।

ବର୍ଦ୍ଧିତ ଆତଙ୍କବାଦ ଯୋଗୁ ଉଭୟ ପାକିସ୍ତାନ ଓ ଆମେରିକା ଅନେକ କ୍ଷତି ସହିଛନ୍ତି। ସମସ୍ତ ଆଞ୍ଚଳିତକ ଓ ବିଶ୍ୱସ୍ତରୀୟ ଆତଙ୍କବାଦୀଙ୍କୁ ଖତମ କରିବା ପାଇଁ ପାକିସ୍ତାନଠାରୁ ସହଯୋଗ ମିଳିବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ୱେଣ୍ଡୀ ସ୍ୱିଜରଲ୍ୟାଣ୍ଡରେ ରହିଛନ୍ତି। ସେ ଭାରତ ଓ ଉଜବେକିସ୍ତାନ ସମେତ ପାକିସ୍ତାନ ମଧ୍ୟ ଯିବେ।

ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ ପାକିସ୍ତାନ କାର୍ଯ୍ୟ କରୁଥିବା ସାରା ବିଶ୍ୱକୁ ଜଣାଇବାକୁ ଚେଷ୍ଟା କରୁଛି। ହେଲେ ବାସ୍ତବରେ ଏବେ ବି ପାକିସ୍ତାନରେ ଅନେକ କୁଖ୍ୟାତ ଆତଙ୍କୀ ସଂଗଠନ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ଟାର୍ଗେଟରେ ସବୁବେଳେ ଭାରତ ହିଁ ରହିଛି।

ଅନ୍ୟପକ୍ଷରେ ଆଫଗାନକୁ ତାଲିବାନ ଦଖଲ କରିବା ପରେ ପାକିସ୍ତାନରେ ସକ୍ରିୟ ତାଲିବାନକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୁକ୍ରବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନରେ ଥିବା ତାଲିବାନ ଗ୍ରୁପ ସରକାରଙ୍କ ସହ କଥା ହେବାକୁ ଆଗ୍ରହ ଦେଖାଉଛନ୍ତି। ସେମାନେ ଶାନ୍ତି ଓ ବୁଝାମଣା କରିବାକୁ ଚାହୁଁଛନ୍ତି। ସେମାନଙ୍କ ସହ ଆଗକୁ କଥାବାର୍ତ୍ତା ହୋଇପାରେ।

ସେହିପରି ଅନେକ ବଡ଼ ହମଲାରେ ସାମିଲ ଥିବା ତେହରିକ-ଇ-ତାଲିବାନ (ପାକିସ୍ତାନ)ର କିଛି ସଦସ୍ୟଙ୍କ ସହ ଆଫଗାନରେ କଥାବାର୍ତ୍ତା ମଧ୍ୟ ହୋଇଥିବା ଇମ୍ରାନ କହିଛନ୍ତି। ଏଥିସହ ସେ ସାମରିକ କାର୍ଯ୍ୟାନୁଷ୍ଠାନରେ ବିଶ୍ୱାସ ରଖନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି।

The post ଗସ୍ତ ପୂର୍ବରୁ ପାକିସ୍ତାନକୁ କଡ଼ା ନିର୍ଦ୍ଦେଶ ଦେଲେ ଆମେରିକା ଅଧିକାରୀ appeared first on Odisha Reporter.



from Odisha Reporter https://ift.tt/3uz4PnG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages