ବାଲୁକା କଳାରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 1, 2021

ବାଲୁକା କଳାରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ସାରା ଦେଶ ମହାତ୍ମା ଗାନ୍ଧି ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ରାଜଘାଟସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଏବଂ ବିଜୟଘାଟସ୍ଥିତ ଶାସ୍ତ୍ରିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଗାନ୍ଧି ଜୟନ୍ତୀ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପୁରୀ ବେଳାଭୂମିର ବାଲିରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଗାନ୍ଧି ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି ମାନସ। ଏଥିନିମନ୍ତେ ସେ ୧୫ଫୁଟ୍ ଓସାର ବିଶିଷ୍ଟ ବାଲୁକା କଳାରେ ୧୫ ଟନ୍ ବାଲି ଉପଯୋଗ କରିଛନ୍ତି। ଏହା କରିବାକୁ ତାଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା।

ସେହିପରି ସମ୍ବଲପୁର ନିକଟ ଭତରାରେ ଥିବା ଗାନ୍ଧି ମନ୍ଦିରରେ ଗାନ୍ଧି ଜୟନ୍ତୀ ପାଳନ କରାଯାଇଛି। ବଡି ଭୋରରୁ ମନ୍ଦିର ଖୋଲାଯାଇ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଆଳତି କରାଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ପ୍ରମୁଖ ଗାନ୍ଧିଙ୍କ ମନ୍ଦିରକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରିଛନ୍ତି। ପୁରା ମନ୍ଦିର ଆଜି ରଘୁପତି ରାଘବ ରାଜା ରାମ ଧ୍ୱନିରେ ପ୍ରକମ୍ପିତ ହେଉଥିବା ବେଳେ ଗାନ୍ଧିଙ୍କ ଅବଦାନ ଓ ବଳିଦାନକୁ ସମସ୍ତେ ମନେ ପକାଇଛନ୍ତି।

 

The post ବାଲୁକା କଳାରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି appeared first on Odisha Reporter.



from Odisha Reporter https://ift.tt/3A2d252

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages