ଅନୁମତି ନଥିଲେ ବି ହିଂସାଗ୍ରସ୍ତ ଲଖିମପୁର ଯିବେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 6, 2021

ଅନୁମତି ନଥିଲେ ବି ହିଂସାଗ୍ରସ୍ତ ଲଖିମପୁର ଯିବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ସରକାର ଅନୁମତି ଦେଇ ନଥିଲେ ମଧ୍ୟ ଉତ୍ତର ପ୍ରଦେଶର ହିଂସା କ୍ଷତିଗ୍ରସ୍ତ ଲଖିମପୁର ଖେରି ଯିବେ ରାହୁଲ ଗାନ୍ଧି। ରବିବାର ହିଂସା ପରେ ସେଠାରେ ୧୪୪ ଧାରା ଲାଗୁ ହୋଇଛି। ତେଣୁ ୫ ଜଣ ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାହୁଲ ଗାନ୍ଧିଙ୍କ ୫ ଜଣିଆ ଟିମ୍‌ର ଗସ୍ତ ସମ୍ପର୍କିତ ଅନୁମତି ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଏବେ ରାହୁଲ ସାମ୍ବାଦିକ ସମ୍ମିଳନୀ କରି ଯୋଜନା ଅନୁଯାୟୀ ଲଖିମପୁର ଖେରି ଯିବେ ବୋଲି କହିଛନ୍ତି।

କଂଗ୍ରେସ ନେତାଙ୍କ ଲଖିମପୁର ଗସ୍ତ ସମ୍ପର୍କରେ ସୂଚନା ଦେବା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି, “୪ କିମ୍ବା ତା’ଠାରୁ ଅଧିକ ଲୋକଙ୍କ ଏକତ୍ରିକରଣ ଉପରେ ରୋକ ଲାଗିଛି। ୧୪୪ ଧାରା ମଧ୍ୟ ଲାଗୁ ହୋଇଛି। ତେଣୁ ଆମେ ୩ ଜଣ କଂଗ୍ରେସ ନେତା ସେଠାକୁ ଯିବୁ।”

ସୀତାପୁରରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ ହେବା ଘଟଣାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ରାହୁଲ କହିଛନ୍ତି, ହିଁ ସେ ସୀତାପୁରରେ ଅଛନ୍ତି। ହେଲେ ଏ ସାମ୍ବାଦିକ ସମ୍ମିଳନୀ କେବଳ ଚାଷୀଙ୍କ ପାଇଁ ଆୟୋଜନ ହୋଇଛି। ଏଠାରେ କେବଳ ଚାଷୀଙ୍କ ବିଷୟରେ କଥା ହେବା।

କିଛି ଦିନ ହେଲା ସରକାର ଚାଷୀମାନଙ୍କୁ ବେଶ ବ୍ୟବସ୍ଥିତ ଢଙ୍ଗରେ ଆକ୍ରମଣ କରୁଛନ୍ତି। ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଉଛି ଓ ହତ୍ୟା କରାଯାଉଛି। ହେଲେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ପ୍ରାଥମିକ ଅବସ୍ଥାରେ ଜମି ଅଧିଗ୍ରହଣ ବିଲ ଆଧାରରେ ସେମାନଙ୍କୁ ମାଡ଼ ମରାଯାଉଥିଲା ଓ ଏବେ ୩ କୃଷି ଆଇନ ବଳରେ ସେମାନଙ୍କୁ ଆକ୍ରମଣ କରାଯାଉଛି।

ଆଜି ନିରାଶ ଓ ଭୟରେ ଥିବା ଲଖିମପୁର ଚାଷୀଙ୍କ ପାଖକୁ ଯିବୁ। ସେମାନଙ୍କ ଉପରେ ନିଜକୁ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କହୁଥିବା ଜଣେ ଅପରାଧୀ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି। ଏପରି ଘଟଣା କେବେ ହେଲେ ଅନୁମତି ଦିଆଯାଇ ପାରିବ ନାହିଁ। ଗତାକାଲି ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ଯାଇଥିଲେ। ହେଲେ ସେ ଲଖିମପୁର ଖେରି ଯାଇ ଚାଷୀଙ୍କୁ ଭେଟିଲେନି। ଏପରି କି ମୃତ ଚାଷୀଙ୍କ ବ୍ୟବଚ୍ଛେଦ ମଧ୍ୟ ଠିକ ଭାବେ ହୋଇନି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଲଖିମପୁର ଯିବାକୁ ଘୋଷଣା କରି ରାହୁଲ କହିଛନ୍ତି, “ଆମେ ଆଜି ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଲଖିମପୁର ଯିବାକୁ ଚେଷ୍ଟା କରିବୁ। ଆମେ ସେଠାକୁ ଯାଇ ଲୋକଙ୍କୁ ସମର୍ଥନ କରିବୁ। କାହିଁକି ଆମକୁ ରୋକା ଯାଉଛି? ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏକୁଟିଆ ଲଖିମପୁର ଖେରି ଯିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ଅଟକା ଗଲା। କ’ଣ ୧୪୪ ଧାରା ଲାଗୁ ହେଲେ ଜଣେ ବ୍ୟକ୍ତି ବି ଯାଇପାରିବେନି? ”

The post ଅନୁମତି ନଥିଲେ ବି ହିଂସାଗ୍ରସ୍ତ ଲଖିମପୁର ଯିବେ ରାହୁଲ ଗାନ୍ଧି appeared first on Odisha Reporter.



from Odisha Reporter https://ift.tt/3aePgIJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages