ପାରାଦୀପ(ରମାକାନ୍ତ ନାୟକ):ଘର ନିକଟ କେନାଲ ବନ୍ଧ ନିକଟରେ ଖେଳୁ ଖେଳୁ ଚାଲିଗଲା ନିଷ୍ପାପ ଜୀବନ । ପାଣିରେ ବୁଡ଼ି ଜୀବନ ହାରିଲେ ୨ ଶିଶୁ। ସେମାନଙ୍କ ମଧ୍ୟରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାଯାଇଛି। ଉଭୟଙ୍କ ବୟସ ୪ ବର୍ଷ । ଏପରି ଅଘଟଣ ଜଗତସିଂହପୁର ଜିଲ୍ଲା ପାରାଦୀପ ଲକପଡା ବସ୍ତିରେ ଆଜି ଘଟିଛି । ମୃତକଦ୍ୱୟ ହେଲେ ପାରାଦୀପ ଲକପଡା ବସ୍ତିର ବୁଦ୍ଧଦେବ ଦାସଙ୍କ ଝିଅ ସଙ୍ଗୀତା ଓ ନୃସିଂହ ମିସ୍ତ୍ରୀ ଙ୍କ ପୁଅ ଜିତେନ୍ଦ୍ର ।
ଉଭୟ ଶିଶୁ ଆଜି ସକାଳେ ବସ୍ତି ନିକଟ କେନାଲ ବନ୍ଧରେ ଖେଳୁଥିଲେ। ମାତ୍ର ଅସାବଧାନତା ହେତୁ ପାଣି ଭିତରକୁ ଖସି ପଡିଥିଲେ। ପିଲାମାନେ ପାଣିରେ ଉବୁଟୁବୁ ହେଉଥିବା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅଠରବାଙ୍କି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
The post ଘର ପାଖରେ ଖେଳୁଥିଲେ ୨ ଶିଶୁ, କେନାଲକୁ ଖସି ପଡ଼ିଲେ appeared first on Odisha Reporter.
from Odisha Reporter https://ift.tt/3iAQOkR
No comments:
Post a Comment