୧୫ରେ ନିର୍ବାଚନ, ବିଗ୍‌ ଫାଇଟ୍‌ ପାଇଁ ପ୍ରସ୍ତୁତି ହେଲେଣି ଶ୍ରମିକ ସଂଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

୧୫ରେ ନିର୍ବାଚନ, ବିଗ୍‌ ଫାଇଟ୍‌ ପାଇଁ ପ୍ରସ୍ତୁତି ହେଲେଣି ଶ୍ରମିକ ସଂଗଠନ

ରାଉରକେଲା(ପବନ ତିୱାରୀ): ନଭେମ୍ବର ୧୫ ତାରିଖରେ ହେବାକୁ ଯାଉଛି ରାଉରକେଲା ଷ୍ଟିଲ ପ୍ଳାଣ୍ଟ ସୀକୃତି ପ୍ରାପ୍ତ ୟୁନିୟନ ନିର୍ବାଚନ। ଏଥିପାଇଁ ଜୋର ଧରିଲାଣି ପ୍ରଚାର। ଚଳିତଥର ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଛି। ୪ଟି ଶ୍ରମିକ ସଂଗଠନ ବିଏମସ୍‌, ଆରଏସ୍‌ଏସ୍‌, ସିଆଇଟିୟୁ ଓ ଆରଏମ୍‌ଏସ୍‌ ମଧ୍ୟରେ ହେବାକୁ ଯାଉଛି ବିଗ୍‌ ଫାଇଟ। ସେଥିପାଇଁ ଶ୍ରମିକ ସଂଗଠନମାନେ ନିଜ ନିଜ ସପକ୍ଷରେ ମତଦାନ ନେବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

ଦେଖିବାକୁ ଗଲେ ରାଉରକେଲା ଶ୍ରମିକ ସଂଗଠନ(ଆରଏସ୍‌ଏସ୍‌) ର ପଲା ଭାରି ରହିଛି। ଆର୍‌ଏସ୍‌ଏସ୍‌ ୧୯୯୫, ୧୯୯୭, ୨୦୦୦, ୨୦୦୩ ଓ ୨୦୧୦ ମସିହାରେ ନିର୍ବାଚିତ ହୋଇଥିଲା। ଠିକ୍‌ ସେହିପରି ୨୦୧୪ ଓ ୨୦୧୮ ମସିହାରେ ଭାରତୀୟ ମଜଦୁର ସଂଘ(ବିଏମଏସ୍‌) ବିଜୟୀ ହୋଇଥିଲା।

ସେପଟେ ଆଜି ରାଉରକେଲା ମଜଦୁର ସଭା ପକ୍ଷରୁ ଆଜି ସେକ୍ଟର ୬ ସ୍ଥିତ ଅଫିସରେ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ନିର୍ବାଚନୀ ଇସ୍ତାହାରରେ ୧୫ ଟି ମୁଖ୍ୟ ମୁଦ୍ଦା ରହିଛି। ଅନ୍ୟପଟେ ସିଆଇଟିୟୁ ମଧ୍ୟ ଶ୍ରମିକମାନଙ୍କ ହକ୍‌ ପାଇଁ ଅଣ୍ଟା ଭିଡିଲାଣି। ଚଳିତ ଥର ସିଟୁ ମଧ୍ୟ ପଛରେ ପଡ଼ିନାହିଁ।

ସେହିପରି ୧୯୯୫ ମସିହାରୁ ହୋଇ ଆସୁଥିବା ଶ୍ରମିକ ନିର୍ବାଚନରେ ରାଉରକେଲା ଶ୍ରମିକ ସଂଘର ବେଶ ଦବଦବା ରହିଥିଲା। ତେଣୁ ଚଳିତ ଥର ବିଏମସକୁ ଚକମା ଦେବାକୁ ପ୍ରସ୍ତୁତ ହେଉଥିବା କହିଛି ସଂଘ। ଶ୍ରମିକମାନଙ୍କ ଅସୁବିଧା ଓ ହକ ପାଇଁ ଲଢ଼େଇ ଏକ ମାତ୍ର ମାଧ୍ୟମ ବୋଲି କହିଛି ଆରଏସ୍‌ଏସ୍‌।

ସେହିପରି ବିଏମ୍‌ଏସ୍‌ ଗତ ଦୁଇ ଦୁଇ ଥର ନିର୍ବାଚନରେ ବିଜୟୀ ହୋଇଥିବାରୁ ସେମାନେ ମଧ୍ୟ ବେଶ ଆଶାବାଦୀ ଅଛନ୍ତି। ଚଳିତ ନିର୍ବାଚନୀ ବୈତରଣୀରେ ପାର ହେବା ପାଇଁ କିଛି ଅସୁବିଧା ହେବ ନାହିଁ ବୋଲି କହିଛି ବିଏମଏସ। ଗତ ଦୁଇ ଦୁଇ ଥରରେ ଯାହା କାମ ହୋଇଛି, ସେଥି ପାଇଁ ଶ୍ରମିକମାନେ ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି ବିଏଏସର ଅଧ୍ୟକ୍ଷ ହିମାଂଶୁ ବଳ।

ନଭେମ୍ବର ୧୫ ତାରିଖରେ ହେବାକୁ ଯାଉଥିବା ରାଉରକେଲା ଇସ୍ପାତ କାରଖାନା ସୀକୃତି ପ୍ରାପ୍ତ ୟୁନିୟନ୍‌ ନିର୍ବାଚନରେ ପ୍ରାୟ ୧୨ ହଜାର ଶ୍ରମିକ ନିଜ ନିଜର ମତଦାନ କରିବେ।

The post ୧୫ରେ ନିର୍ବାଚନ, ବିଗ୍‌ ଫାଇଟ୍‌ ପାଇଁ ପ୍ରସ୍ତୁତି ହେଲେଣି ଶ୍ରମିକ ସଂଗଠନ appeared first on Odisha Reporter.



from Odisha Reporter https://ift.tt/3ErnnKq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages