୧ ନଭେମ୍ବର, ସୋମବାର: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

୧ ନଭେମ୍ବର, ସୋମବାର: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି

ମେଷ: କାହାକୁ ଟଙ୍କା ଦିଅନ୍ତୁ ନାହିଁ ବା ଋଣ ବି କରନ୍ତୁ ନାହିଁ। ଅଯଥା ଚିନ୍ତା ବଢ଼ିବ। ଆଘାତ ଲାଗିପାରେ। ବନ୍ଧୁମାନଙ୍କ ସହ ବୁଲାବୁଲି କରିବାକୁ ଚେଷ୍ଟା କରନ୍ତୁ।

ବୃଷ: ଦାୟିତ୍ୱ ବଢ଼ିବ। ଅଧିକ ପରିଶ୍ରମ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ଶତ୍ରୁ ପରାଜିତ ହେବେ। ବ୍ୟବସାୟରେ ଲାଭ ପାଇବେ।

ମିଥୁନ: ଚାକିରକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅଟକିଥିବା କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।

କର୍କଟ: ମାନ-ସମ୍ମାନ ମିଳିବ। ପରିବାରରେ ସମସ୍ୟା ଥିଲେ ଆଜି ଦୂର ହୋଇପାରେ। ଶତ୍ରୁମାନେ ଆପଣଙ୍କ ନିକଟକୁ ଆସିବାକୁ ଭୟ କରିବେ।

ସିଂହ: କୌଣସି କଥାକୁ ନେଇ ଅଧିକ ରାଗିପାରନ୍ତି। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଅଫିସ୍‌ରେ କର୍ମଚାରୀମାନେ ଉତ୍ତମ କାମ କରି ପ୍ରଶଂସିତ ହେବେ।

କନ୍ୟା: ଜୀବନସାଥୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଯଦି ଆପଣ ଚାହୁଁଥିବା ଅନୁଯାୟୀ କାମ ହେଉ ନାହିଁ ତା’ହେଲେ ଧୈର୍ଯ୍ୟ ହରାନ୍ତୁ ନାହିଁ।

ତୁଳା: ଧନହାନି ଯୋଗ ରହିଛି। ସ୍ୱାସ୍ଥ୍ୟଗତ କାରଣରୁ ମନ ଅଶାନ୍ତ ରହିବ। ଦିନସାରା ବ୍ୟସ୍ତ ରହିବେ ଓ କଠିନ ପରିଶ୍ରମ କରିବେ।

ବିଛା: କମ୍‌ ପରିଶ୍ରମରେ ଅଧିକ ଲାଭ ମିଳିପାରେ। ତେବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ: ଉଚ୍ଚାଧିକାରୀଙ୍କ ସହ କଥାବାର୍ତ୍ତା କଲା ବେଳେ ସଂଯମ ଆଚରଣ କରନ୍ତୁ। ପ୍ରିୟଜନଙ୍କ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି ମହିଳାଙ୍କ ସହଯୋଗ ମିଳିବ।

ମକର: କୌଣସି ସମସ୍ୟା ଥିଲେ ସମାଧାନ ହେବ। ପରିବାରରେ ଖୁସିର ବାତାବରଣ ରହିବ। କ୍ୟାରିୟରକୁ ନେଇ ସମସ୍ୟା ଥିଲେ ଦୂର ହେବ।

କୁମ୍ଭ: କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ସଂପର୍କରେ ଫାଟ ଥିଲେ ଦୂର ହେବ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ସନ୍ତାନସନ୍ତତିଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। ଅଟିକ ରହିଥିବା କାମ ପୂରା ହେବ। ଆର୍ଥିକ ସ୍ଥିତି ଠିକ୍‌ଠାକ୍ ରହିବ।

The post ୧ ନଭେମ୍ବର, ସୋମବାର: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି appeared first on Odisha Reporter.



from Odisha Reporter https://ift.tt/3GGNnTU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages