ଭୋପାଲ: ଚୋର ନେଇଗଲା ବିଧାନସଭା ବାଚସ୍ପତିଙ୍କ ସାଇକେଲ। ସାଇକେଲ ରାଲି ପୂର୍ବରୁ ହୋଇଗଲା ଚୋରି। ଟ୍ରେନ୍କୁ ଗାଏବ ହୋଇଗଲା ବାଚସ୍ପତିଙ୍କ ଦାମୀ ସାଇକେଲ। ତେବେ ବାଚସ୍ପତିଙ୍କ ସାଇକେଲ ନେଲା କିଏ?
ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଗିରିଶ ଗୌତମଙ୍କ ନୂଆ ସାଇକେଲ ଚୋରି ହୋଇଯାଇଛି। ଟ୍ରେନ୍ରେ ଭୋପାଲରୁ ରିବା ଆଣିବା ବେଳେ ତାଙ୍କର ଏହି ଦାମୀ ସାଇକେଲ ଚୋରି ହୋଇଯାଇଥିବା ଜଣାପଡିଛି।
ପ୍ରକୃତରେ ବାଚସ୍ପତି ଗିରିଶ ଗୌତମ ଆଜି ପଣ୍ଡରିଆ ଗାଁରୁ ନିଜ ସାଇକଲ ରାଲି ଆରମ୍ଭ କରିଥାନ୍ତେ। ଅକ୍ଟୋବର ୩୧ରେ ଦେବତାଲାବ ଷ୍ଟାଡିଅମରେ ଏହି ରାଲି ସମାପନ ହୋଇଥାନ୍ତା। ଏଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
ଆଜି ଏହି ସାଇକଲ ରାଲି ବାଚସ୍ପତିଙ୍କ ବିଧାନସଭା କ୍ଷେତ୍ରରୁ ବାହାରିଥାନ୍ତା। ସେ ସାଇକଲରେ ଯାଇ ନିଜ ଅଞ୍ଚଳର ଲୋକଙ୍କୁ ଭେଟି ତାଙ୍କ ସମସ୍ୟାର ଆଲୋଚନା କରିଥାଆନ୍ତେ। କିନ୍ତୁ ଏହା ପୂର୍ବରୁ ସବୁ ଫସର ଫାଟିଯାଇଛି। ତାଙ୍କ ସାଇକଲ ଚୋରି ହୋଇଯାଇଥିବା ନେଇ ଖବର ସାମ୍ନାକୁ ଆସିଛି।
ବାଚସ୍ପତି ଗିରିଶ ଗୌତମଙ୍କ ଓଏସ୍ଡି ନରେନ୍ଦ୍ର ମିଶ୍ରା ଫୋନ୍ କରି ଭୋପାଲରୁ ଆସିବାକୁ ଥିବା ତାଙ୍କ ସଇକେଲ ଗାଏବ ହୋଇଯାଇଥିବା ସୂଚନା ଦେଇଛନ୍ତି। ତେବେ ବାଚସ୍ପତିଙ୍କ ସାଇକେଲ ନେଲା କିଏ? ସେନେଇ ତଦନ୍ତ ଚାଲିଛି। ସେପଟେ ବାଚସ୍ପତି ଏବେ ରାଲିରେ ଅନ୍ୟ ଏକ ସାଇକେଲ ବ୍ୟବହାର କରିବେ ବୋଲି ଜଣାପଡିଛି। ତେବେ ଯେଉଁ ସାଇକେଲଟି ଗାଏବ ହୋଇଛି ତା’ର ଦାମ୍ କୁଆଡେ ପାଖାପାଖି ୩୦ ହଜାର ଟଙ୍କା ବୋଲି କୁହାଯାଉଛି।
The post ଚୋରି ହୋଇଗଲା ବାଚସ୍ପତିଙ୍କ ସାଇକେଲ appeared first on Odisha Reporter.
from Odisha Reporter https://ift.tt/3pASm2u
No comments:
Post a Comment