ବିଜେପି ସମର୍ଥନରେ ସପା ବିଧାୟକ ହେବେ ଉପ ବାଚସ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 17, 2021

ବିଜେପି ସମର୍ଥନରେ ସପା ବିଧାୟକ ହେବେ ଉପ ବାଚସ୍ପତି

ଲକ୍ଷ୍ନୌ: ସମାଜବାଦୀ ପାର୍ଟି(ସପା) ଟିକେଟରୁ ବିଧାୟକ ହୋଇଥିବା ନୀତୀନ ଅଗ୍ରୱାଲ ଉତ୍ତର ପ୍ରଦେଶ ବିଧାନସଭାର ଉପ ବାଚସ୍ପତି ହେବାକୁ ଯାଉଛନ୍ତି। ସେ ସପାର ବିଧାୟକ ହୋଇଥିଲେ ହେଁ ବିଜେପି ତାଙ୍କୁ ସମର୍ଥନ କରିଛି। ସପା ପକ୍ଷରୁ ଉପ ବାଚସ୍ପତି ପଦ ପାଇଁ ବିଧିବଦ୍ଧ ଭାବେ ନରେନ୍ଦ୍ର ବର୍ମାଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ବିଜେପି ନୀତୀନ ଅଗ୍ରୱାଲଙ୍କୁ ସମର୍ଥନ କରିଛି।

ନୀତୀନ ସପା ବିଧାୟକ ହୋଇଥିଲେ ହେଁ ବିଜେପିକୁ ସବୁ ପ୍ରସଙ୍ଗରେ ସମର୍ଥନ କରନ୍ତି। ଏହାକୁ ନେଇ ସପା ମଧ୍ୟ ଦୀର୍ଘ ଦିନରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଥିଲା। ତେଣୁ ସପାର ନରେନ୍ଦ୍ର ବର୍ମାଙ୍କୁ ଚେକ୍‌ ଦେବାକୁ ବିଜେପି ନୀତୀନଙ୍କୁ ସମର୍ଥନ କରିଥିବା କୁହାଯାଉଛି।

ଆଜି ଉପ ବାଚସ୍ପତି ପଦ ପାଇଁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହାପରେ ବିଧାନସଭାରେ ଦୀର୍ଘ ୧୪ ବର୍ଷ ପରେ କୌଣସି ବିଧାୟକ ଉପ ବାଚସ୍ପତି ହେବାର ଗୌରବ ହାସଲ କରିବେ। ବିଧାନସଭାର ୪୦୩ ଆସନରୁ ବିଜେପି ପାଖରେ ୩୦୪ ବିଧାୟକ ରହିଛନ୍ତି। ତେଣୁ ସପା ବିଧାୟକ ନୀତୀନ ଅଗ୍ରୱାଲ ବିଜେପି ସମର୍ଥନରେ ଜିତିବା ଏକ ପ୍ରକାରର ନିଶ୍ଚିତ।

ସୂଚନା ଅନୁସାରେ, ସପା ପକ୍ଷରୁ ୫ରୁ ୬ ମାସ ତଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନୀତୀନ ଅଗ୍ରୱାଲଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖାଯାଇଥିଲା। ହେଲେ ବାଚସ୍ପତି ୧୫ରୁ ୨୦ ଦିନ ତଳେ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଏବେ ବିଜେପି ଉପ ବାଚସ୍ପତି ପଦ ପାଇଁ ନୀତୀନ ଅଗ୍ରୱାଲଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛି।

ଉପ ବାଚସ୍ପତି ପଦ ପାଇଁ ରବିବାର ନୀତୀନ ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପିର ୟୁପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଉପସ୍ଥିତ ରହିଥିଲେ। ନୀତୀନଙ୍କ ବାପା ୨୦୧୮ରେ ସପା ଛାଡ଼ି ବିଜେପିରେ ଯୋଗଦେଇଛନ୍ତି।

ନାମାଙ୍କନ ପରେ ଯୋଗୀ କହିଛନ୍ତି, “ବିଜେପି ସବୁ ପ୍ରକାରର ସଂସଦୀୟ ବ୍ୟବସ୍ଥାକୁ ଅନୁକରଣ କରୁଛି। ସାଧାରଣତଃ ଉପ ବାଚସ୍ପତି ପଦ ପ୍ରମୁଖ ବିରୋଧୀ ଦଳର ସଦସ୍ୟଙ୍କ ପାଇଁ ସଂରକ୍ଷିତ ରହିଥାଏ। ସପା ପ୍ରାର୍ଥୀ ଦେଇପାରିବ ନାହିଁ। କାରଣ ଦଳର ପ୍ରାର୍ଥୀ ଭାବେ ନୀତୀନ ଅଗ୍ରୱାଲ ନାମାଙ୍କନ ଦାଖଲ କରିଛନ୍ତି। ଆମେ ମଧ୍ୟ ତାଙ୍କୁ ସମର୍ଥନ କରୁଛୁ। ଆମେ ତାଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାରେ ସାମିଲ ହୋଇ ସଂସଦୀୟ ବିଧି ବ୍ୟବସ୍ଥାକୁ ସମ୍ମାନ ଜଣାଇଛୁ।”

ତେବେ ନୀତୀନଙ୍କ ପ୍ରାର୍ଥୀତ୍ୱକୁ ସପା ପକ୍ଷରୁ ବିରୋଧ କରାଯାଇଛି। ବିଜେପି ଜାଣିଶୁଣି ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଚାହୁଁଛି। ଏଥିପାଇଁ ଦଳକୁ ସମର୍ଥନ କରୁଥିବା ଜଣେ ବିଧାୟକଙ୍କୁ ବିଜେପି ଉପ ବାଚସ୍ପତି ନିର୍ବାଚନରେ ସମର୍ଥନ କରିଛି ବୋଲି ସପା ପକ୍ଷରୁ କୁହାଯାଇଛି।

The post ବିଜେପି ସମର୍ଥନରେ ସପା ବିଧାୟକ ହେବେ ଉପ ବାଚସ୍ପତି appeared first on Odisha Reporter.



from Odisha Reporter https://ift.tt/3aKN7Vl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages