‘ନେଟ୍‌ୱର୍କ ନାହିଁ ତ ଭୋଟ୍‌ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 17, 2021

‘ନେଟ୍‌ୱର୍କ ନାହିଁ ତ ଭୋଟ୍‌ ନାହିଁ’

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲାର ଅତି ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କରଡ଼ା ପଞ୍ଚାୟତ। ଏହି ପଞ୍ଚାୟତରେ ପାଞ୍ଚ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ତେବେ ଏହି ପଞ୍ଚାୟତକୁ ମୋବାଇଲ୍‌ ଫୋନ୍‌ର କୌଣସି ନେଟ୍‌ୱର୍କ ଆସେନାହିଁ। କାହିଁକି ନା ଏହି ଦୁର୍ଗମ ଅଞ୍ଚଳରେ ଆଜି ସୁଦ୍ଧା ମୋବାଇଲ ଟାୱାର ସ୍ଥାପନ ହୋଇପାରି ନାହିଁ। 

ନେଟ୍‌ୱର୍କ ଆସୁ ନଥିବା ଯୋଗୁ ଏଠାରୁ କେଉଁଠାକୁ ମୋବାଇଲ୍‌ ଫୋନ୍‌ରୁ କଲ୍ କରି ହୁଏ ନାହିଁ। ସେହିପରି ଏଠାକୁ କଲ୍ ଆସେ ନାହିଁ। କାହାର ଦେହ ଖରାପ ହେଲେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରିପାରୁନାହାନ୍ତି ପଞ୍ଚାୟତ ବାସୀ। ଗାଁରେ କାହା ଘରେ ନିଆଁ ଲାଗି ଗଲେ ଅଗ୍ନିଶମବାହିନୀଙ୍କୁ ମଧ୍ୟ ଫୋନ୍ କରିପାରୁ ନାହାନ୍ତି ଲୋକେ। ସେହିପରି ଏବେ କରୋନା ସମୟରେ ଅନ୍‌ଲାଇନ୍‌ ପାଠପଢ଼ା ଉପରେ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏ ଅଞ୍ଚଳର ପିଲାମାନଙ୍କ ପାଇଁ ଏହା ଅସମ୍ଭବ ହୋଇପଡ଼ିଛି। କୌଣସି ନେଟ୍‌ୱର୍କ ନଥିବା ଯୋଗୁ ପିଲାମାନେ ଅନ୍‌ଲାଇନ୍‌ରେ ପାଠପଢ଼ି ପାରୁ ନାହାନ୍ତି। 

ଏହି ସମସ୍ୟା ସଂପର୍କରେ ଅଞ୍ଚଳବାସୀ ପ୍ରଶାସନକୁ ଅନେକ ଥର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଏଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଅଞ୍ଚଳବାସୀ ଭୋଟ୍‌ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ସେମାନଙ୍କ ଅଞ୍ଚଳରେ ମୋବାଇଲ୍ ଫୋନ୍ ଚଲାଇବା ପାଇଁ କୌଣସି ନେଟ୍‌ୱର୍କର ବ୍ୟବସ୍ଥା ନ କଲେ ସେମାନେ ଭୋଟ୍ ଦେବେ ନାହିଁ ବୋଲି କହିଛନ୍ତି। ଗତକାଲି ଏନେଇ ଅଞ୍ଚଳବାସୀ ଏକ ରାଲି ମଧ୍ୟ କରିଥିଲେ। ଗାଁ ଗାଁ ବୁଲି ‘ନେଟ୍‌ୱର୍କ ଦିଅ, ଭୋଟ୍‌ ନିଅ’ ବୋଲି ସେମାନେ ନାରା ଦେଇଥିଲେ।

ଏହି ପଞ୍ଚାୟତର ଜଣେ ମହିଳା କହିଛନ୍ତି, କରୋନା ଟିକା ନେବା ପାଇଁ ହେଲେ ଅନ୍‌ଲାଇନରେ ବୁକିଂ କରିବାକୁ ପଡ଼େ।  ଆମ ପଞ୍ଚାୟତରେ ନେଟୱର୍କ ନଥିବାରୁ  ଅଧ କିଲୋମିଟର ବାଟ ଯାଇ ସେଠାରେ ଟିକା ପାଇଁ ବୁକିଂ କରୁଛୁ। ନେଟ୍‌ୱର୍କ ସୁବଧା ନ ଥିବାରୁ ପିଲାମାନେ ପାଠପଢ଼ିବାରେ ବି ଭାରି ହଇରାଣ ହେଉଛନ୍ତି।

ଗତକାଲି କରଡ଼ା ସରପଞ୍ଚ କହିଥିଲେ, ମୋବାଇଲ୍ ଟାୱାର ସ୍ଥାପନ ପାଇଁ ବିଧାୟକଙ୍କ ଠାରୁ କରି ସାଂସଦଙ୍କ ପର୍ଯ୍ୟନ୍ତ ଜଣାଇଛୁ। ମୁଁ ରାଇକିଆ ବ୍ଲକ୍ ବିଡିଓ ଓ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦାବି କରିଛି। ହେଲେ ଆମ କଥା କେହି ଶୁଣି ନାହାନ୍ତି। ତେଣୁ ଆମେ ଆନ୍ଦୋଳନ କରୁଛୁ।

 

The post ‘ନେଟ୍‌ୱର୍କ ନାହିଁ ତ ଭୋଟ୍‌ ନାହିଁ’ appeared first on Odisha Reporter.



from Odisha Reporter https://ift.tt/3aMwGb7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages