ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର):ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ଅଧୀନ ବାଲିକେରା ଓ ତିନିକୁଦୀ ଗାଁରେ ଆତଙ୍କ ଖେଳାଇଛି ବାରହା। ବାରହା ଆକ୍ରମଣରେ ଉଭୟ ଗାଁର ୪ ଜଣ ଗୁରୁତର ହୋଇପଡ଼ିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ବେଳେ ବ୍ରହ୍ମଗିରି ରେଞ୍ଜ ଅଧୀନ ବାଲିକେରା ଓ ତିନିକୁଦୀ ଗାଁରେ କିଛି ଲୋକ ଧାନ ବିଲରେ କାମ କରୁଥିଲେ। ଏହି ସମୟରେ ଏକ ବାରାହା ଧାନ ବିଲରେ ପଶି ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ଉଭୟ ଗାଁର ପ୍ରାୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନିକୁଦି ଗାଁର ଦୟାନିଧି ପ୍ରଧାନ ଗୁରୁତର ହେବାରୁ ତାଙ୍କୁ 108 ଆମ୍ବୁଲାନ୍ସରେ ପୁରୀ ସଦର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପଟେ ବାଲିକେରା ଗାଁରେ ବାରାହା ଆତଙ୍କ ଯୋଗୁ ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି।
The post ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ବାରହା, ୪ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3bniy8v
No comments:
Post a Comment