ନୁଜିଲ୍ୟାଣ୍ଡ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ନେଇ ଆସିଲା ବଡ଼ ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 30, 2021

ନୁଜିଲ୍ୟାଣ୍ଡ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ନେଇ ଆସିଲା ବଡ଼ ଖବର

ଦୁବାଇ: ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ପରାସ୍ତ ହୋଇଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ନିଜର ଦ୍ୱିତୀୟ ମ୍ୟାଚ୍‌ ଖେଳିବ। ଗତ ରବିବାର ପାକିସ୍ତାନ ବିପକ୍ଷରେ ଦଳ ହାରିବା ପରେ ଏ ରବିବାର କେମିତି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମୁକାବିଲାର ସାମ୍ନା କରିବ ତା’କୁ ନେଇ ମାନସମନ୍ଥନ ଚାଲିଛି।

ଅନେକ କ୍ରିକେଟ ପଣ୍ଡିତ ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରାଯିବା ସପକ୍ଷରେ ମତ ଦେଇଛନ୍ତି। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କ ବଦଳରେ ଇଶାନ କିଶନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଅନେକ ମତ ଦେଇଛନ୍ତି। ତେବେ ଏସବୁ ଭିତରେ ଟିମ୍‌ ଇଣ୍ଡିଆର ପ୍ଲେଇଂ ଲଲେଭେନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ ଏକ ପ୍ରକାରର କର ବା ମର ପରିସ୍ଥିତି ସୃଷ୍ଟି କରିଛି। କାରଣ ଏହି ମ୍ୟାଚ୍‌ ହାରିଲେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଭାଙ୍ଗି ଯିବ। ତେଣୁ ଏହି ମ୍ୟାଚ୍‌କୁ ଯେମିତି ହେଲେ ବି ଭାରତକୁ ଜିତିବାକୁ ପଡ଼ିବ। ମିଳିଥିବା ରିପୋର୍ଟ ଅନୁସାରେ, ଟିମ୍ ମ୍ୟାନେଜମେଣ୍ଟ ଗୋଟିଏ ମ୍ୟାଚ୍‌ର ପ୍ରଦର୍ଶନ ଆଧାରରେ ଚୂଡ଼ାନ୍ତ ଏକାଦଶରେ ଥିବା ଖେଳାଳିଙ୍କୁ ବଦଳାଇବା ମୁଡରେ ନାହିଁ। ପାକିସ୍ତାନ ବିପକ୍ଷରେ ଯେଉଁମାନେ ଖେଳୁଥିଲେ ସେହି ଖେଳାଳିଙ୍କୁ ନେଇ ଭାରତ ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମୈଦାନକୁ ଓହ୍ଲାଇବ।

କିନ୍ତୁ ଯଦି କେହି ଆହତ ହୋଇଛନ୍ତି, ତା’ହେଲେ ଟିମ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ବାଧ୍ୟ ହୋଇ ପରିବର୍ତ୍ତନ କରିବ। ଏହାବାଦ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କୁହାଯାଉଛି। ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। କିନ୍ତୁ ଦୁଇ ଦିନ ହେଲା ସେ ନେଟ୍ସରେ ଅଭ୍ୟାସ କରୁଛନ୍ତି। ଏପରି କି ସେ ବୋଲିଂ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କ ବଦଳ ଖେଳାଳି ଭାବେ ଶାର୍ଦ୍ଦୁଲ ଠାକୁରଙ୍କ ନାଁକୁ ଟିମ୍‌ ମ୍ୟାନେଜମେଣ୍ଟ ବିଚାରକୁ ନେଇନାହିଁ। ଏବେ ବି ପାଣ୍ଡ୍ୟାଙ୍କ ଉପରେ ଅଧିନାୟକ ବିରାଟ କୋହଲି ଭରସା ରଖିଛନ୍ତି।

ପାକିସ୍ତାନ ବିପକ୍ଷରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପ୍ରଭାବହୀନ ବୋଲିଂ କରିଥିଲେ। ତାଙ୍କ ବଦଳରେ ଅଭିଜ୍ଞ ଅଶ୍ୱିନଙ୍କୁ ସ୍ଥାନ ଦେବାକୁ ଅନେକ ମତ ଦେଇଥିଲେ। ହେଲେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଉ ଗୋଟିଏ ସୁଯୋଗ ଦେବାକୁ ଦଳ ଲକ୍ଷ୍ୟ ରଖିଛି। ଭୁବନେଶ୍ୱର କୁମାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା।

ହେଲେ ବଡ଼ ମ୍ୟାଚ୍ ଖେଳିବାର ଅଭିଜ୍ଞତା ତାଙ୍କର ରହିଛି। ତେଣୁ ତାଙ୍କୁ ନ୍ୟୁଜିଲ୍ୟାଣ୍ତ ବିପକ୍ଷ ମ୍ୟାଚରେ ପୁଣି ସୁଯୋଗ ମିଳିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

The post ନୁଜିଲ୍ୟାଣ୍ଡ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ନେଇ ଆସିଲା ବଡ଼ ଖବର appeared first on Odisha Reporter.



from Odisha Reporter https://ift.tt/3EwsclE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages