ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କ ପାଇଁ ଆଜି ହେଉଛି ସବୁଠୁ ଖାସ୍ ଦିନ। ଡ୍ରଗ୍ସ କେସ୍ରେ ଗିରଫ ହେବା ପରେ ଦୀର୍ଘ ୨୮ ଦିନ ପରେ ପୁଅ ଜେଲ୍ରୁ ମୁକୁଳିଛି। ଏଭଳିସ୍ଥିତିରେ ବଲିଉଡର ଅନେକ ସେଲେବ୍ରିଟି ଶାହାରୁଖଙ୍କୁ ତାଙ୍କ ଖୁସିରେ ସମର୍ଥନ କରିଛନ୍ତି। ପୂର୍ବରୁ ଶାହରୁଖ ଖାନ୍ଙ୍କ କୋ-ଷ୍ଟାର ରହି ସାରିଥିବା ବର୍ଷିଆନ୍ ଅଭିନେତା ପିୟୁଷ ମିଶ୍ରା କିନ୍ତୁ ଏହାକୁ ନେଇ ଏକ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
ପୁଅ ଅର୍ଯ୍ୟନ୍ ଖାନ୍ଙ୍କୁ ନେଇ ସେ ଶାହରୁଖଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ପୁଅକୁ ସମ୍ଭାଳି ରଖିବା ପାଇଁ ସେ ଶାହାରୁଖଙ୍କୁ କହିଛନ୍ତି।
ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାର୍ରେ ପିୟୁଷ ମିଶ୍ରା କହିଛନ୍ତି, ‘ତାଙ୍କୁ ଜାମିନ୍ ମିଳିଗଲା, ସେ ବାହାରକୁ ଆସିଗଲା। ବର୍ତ୍ତମାନ ଶାହରୁଖ ଖାନ ଜାଣନ୍ତୁ, ତାଙ୍କ ପୁଅକୁ ଜାଣନ୍ତୁ, ସମୀର ୱାଙ୍ଖଡେ ଜାଣନ୍ତୁ। ମୋତେ ସେଥିରୁ କ’ଣ ମିଳିବ? ଠିକ ଅଛି ତୁମେ ଯାହା କରିଛ ତାହା ତୁମେ ଭୋଗିବ। ନିଜ ନିଜ ପିଲାମାନଙ୍କୁ ସମ୍ଭାଳିକି ରଖ।’ ପିୟୁଷ ମିଶ୍ରାଙ୍କ ଏପରି ବୟାନ, ଏବେ ଲୋକଙ୍କୁ ନିଶ୍ଚିତ ଅଜବ ଲାଗିପରେ। ଆର୍ଯ୍ୟଙ୍କ ମୁକ୍ତି ଉପରେ ପିୟୁଷଙ୍କ ଏଭଳି ବୟାନ ଅନ୍ୟ କିଛି ଆଡେ ଇସାରା ଦେଉଥିବା ମନେ ହେଉଛି।
ପିୟୁଷ ମିଶ୍ରା ଶାହାରୁଖଙ୍କ ସହ ୧୯୯୮ରେ ‘ଦିଲ୍ ସେ’ ଫିଲ୍ମରେ କାମ କରିଥିଲେ। ଏଥିରେ ସେ ସିବିଆଇ ଅଫିସର ଭୂମିକାରେ ନଜର ଆସିଥିଲେ। ଏହାପର ଠାରୁ ସେ କେବେବି ଆଉ ଶାହାରୁଖଙ୍କ ସହ କାମ କରିନାହାନ୍ତି।
View this post on Instagram
The post ଶାହରୁଖଙ୍କୁ ପରାମର୍ଶ, ‘ନିଜ ପୁଅକୁ ସମ୍ଭାଳ’ appeared first on Odisha Reporter.
from Odisha Reporter https://ift.tt/3vYSY3c
No comments:
Post a Comment