ବିଲ ହିଡ଼ ଯୋଗୁ ଛିଣ୍ଡିଗଲା ସମ୍ପର୍କର ଡୋରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ବିଲ ହିଡ଼ ଯୋଗୁ ଛିଣ୍ଡିଗଲା ସମ୍ପର୍କର ଡୋରି

ବଣାଇ(ଓଡ଼ିଶା ରିପୋର୍ଟର): ସାମାନ୍ୟ ବିଲ ହିଡ଼ ଯୋଗୁ ଛିଣ୍ଡିଗଲା ସମ୍ପର୍କର ଡୋରି। ଭାଇ ନେଇଗଲା ଭାଇର ଜୀବନ । ବଡ଼ ଭାଇ କୋଦାଳ ଚୋଟରେ ଚାଲିଗଲା ସାନ ଭାଇର ଜୀବନ । ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡ଼ା ଥାନାର ଜୁନିଅନୀ ଗ୍ରାମରେ ଘଟିଛି। ମୃତକ ହେଲେ ପ୍ରଧାନ ମୁଣ୍ଡା ।  ପୁଲିସ୍‌ ବଡ଼ ଭାଇ ଟପିଆ ମୁଣ୍ଡାଙ୍କୁ ଗିରଫ କରିଛି। 

ସୂଚନା ଅନୁଯାୟୀ, ଜମିଜମା ବିବାଦକୁ କେନ୍ଦ୍ର କରି ଦୀର୍ଘ ଦିନ ହେବ  ଜୁନିଅନୀ ଗ୍ରାମର ୨ ଭାଇ ଟପିଆ ଓ  ପ୍ରଧାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା।  ସାନ ଭାଇ ପ୍ରଧାନ ମୁଣ୍ଡା ନିଜ ଜମିରେ ହିଡ଼ ଦେଉଥିବା ବେଳେ କାଦୁଅ ବଡ଼ ଭାଇ  ଜମିରେ ପଡିଯାଇଥିଲା । ଏହାକୁ କେନ୍ଦ୍ର କରି ୨ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ  ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ବଡ଼ ଭାଇ ଟପିଆ ମୁଣ୍ଡା ସାନଭାଇ ପ୍ରଧାନ ମୁଣ୍ଡାକୁ କୋଦାଳରେ ଆକ୍ରମଣ କରିଥିଲା ।

ପରେ ସ୍ଥାନୀୟ ଲୋକ ପ୍ରଧାନ ମୁଣ୍ଡାଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ବଡ଼ ଭାଇ ଟପିଆକୁ ଅଟକ ରଖି ତଦନ୍ତ କରୁଛି ପୁଲିସ୍‌।

The post ବିଲ ହିଡ଼ ଯୋଗୁ ଛିଣ୍ଡିଗଲା ସମ୍ପର୍କର ଡୋରି appeared first on Odisha Reporter.



from Odisha Reporter https://ift.tt/3mMTWeE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages