ଜହ୍ନ ଦେଖିବାକୁ ଚେଷ୍ଟା କଲାବେଳେ ୨୫ ମହଲାରୁ ଖସିପଡ଼ିଲେ ଜାଆଁଳା ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 17, 2021

ଜହ୍ନ ଦେଖିବାକୁ ଚେଷ୍ଟା କଲାବେଳେ ୨୫ ମହଲାରୁ ଖସିପଡ଼ିଲେ ଜାଆଁଳା ଭାଇ

ଗାଜିଆବାଦ: ବାଲକୋନିରେ ଛିଡ଼ା ହୋଇ ଜହ୍ନ ଦେଖିବାକୁ ଚେଷ୍ଟା କରିବା ବେଳେ ଅଭାବନୀୟ ଘଟଣା ଘଟିଛି। ଜହ୍ନ ଦେଖୁଥିବା ବେଳେ ଦୁଇ ଯମଜ ଭ୍ରାତା ୨୫ ମହଲାରୁ ତଳକୁ ଖସିପଡ଼ି ପ୍ରାଣ ହରାଇଛନ୍ତି। ଉଭୟଙ୍କ ବୟସ ୧୩ ବର୍ଷ। ଗାଜିଆବାଦର ବିଜୟ ନଗରରେ ଥିବା ହାଉସିଂ ସୋସାଇଟ୍‌ରେ ଏପରି ଦୁଃଖଦ ଘଟଣା ଘଟିଛି।

ବାଲକୋନିର ରେଲିଂ ପାଖରୁ ଗୋଟିଏ ପ୍ଲାଷ୍ଟିକ ଚେୟାର ଉପରେ ଛୋଟ ଷ୍ଟୁଲ ଠାବ କରାଯାଇଛି। ସେମାନେ ଏହା ଉପରେ ଛିଡ଼ା ହୋଇ ଜହ୍ନ ଦେଖିଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିବା କୁହାଯାଉଛି।

ଶନିବାର ରାତି ପ୍ରାୟ ୧ଟା ବେଳେ ଏପରି ଘଟଣା ଘଟିଛି। ପୁଲିସ୍‌ କହିଛି ଯେ ଯମଜ ଭ୍ରାତା ସୂର୍ଯ୍ୟ ନାରାୟଣ ଓ ସତ୍ୟ ନାରାୟଣ ସମସ୍ତ ଶୋଇଯିବା ପରେ ବାଲକୋନିକୁ ଆସି ଜହ୍ନ ଦେଖିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଏପରି ଘଟଣା ଘଟିଛି। ପରିବାର ଲୋକ ପୁଲିସ୍‌କୁ କହିଛନ୍ତି ଯେ ଅନଲାଇନ କ୍ଲାସ ପାଇଁ ଦୁଇ ଭାଇ ପାଇଥିବା ଫୋନ ଦ୍ୱାରା ଶନିବାର ରାତି ପ୍ରାୟ ୧୧.୩୦ରେ ଖେଳୁଥିବା ତାଙ୍କ ମା’ ରାଧା ଦେଖିବାକୁ ପାଇଥିଲେ।

ଉଭୟଙ୍କୁ ସେ ମୋବାଇଲ ବନ୍ଦ କରିବା ସହ ରୁମକୁ ଶୋଇବା ପାଇଁ ଡାକିଥିଲେ। ରୁମ୍‌ରେ ରାଧା ସାମାନ୍ୟ ଶୋଇପଡ଼ିବାରୁ ଦୁଇ ଭାଇ ପୁଣି ବାଲକୋନିକୁ ଜହ୍ନ ଦେଖିବାକୁ ଚାଲି ଯାଇଥିଲେ। ରାତି ପ୍ରାୟ ୧ଟା ବେଳେ ରାଧାଙ୍କ ନିଦ ଭାଙ୍ଗିବା ପରେ ସେ ରୁମ୍‌ରେ ଦୁଇ ପୁଅଙ୍କୁ ନ ପାଇ ବ୍ୟସ୍ତ ହୋଇଯାଇଥିଲେ। ଷ୍ଟଡି ରୁମରେ ମଧ୍ୟ ସେମାନଙ୍କୁ ଖୋଜିଥିଲେ। ହେଲେ ବାଲକୋନି କବାଟ ଖୋଲା ଥିବାରୁ ସେ ତୁରନ୍ତ ସେଠାକୁ ଯାଇ ବି ଦେଖିଥିଲେ। ଏହି ସମୟରେ ଲୋକମାନେ ରାସ୍ତାରେ ରୁଣ୍ଡ ହୋଇଥିବା ଦେଖି ରାଧା ତଳକୁ ଦୌଡ଼ି ଥିଲେ।

ସେ ତଳେ ପହଞ୍ଚିଲା ବେଳକୁ ସତ୍ୟ ଓ ସୂର୍ଯ୍ୟ ପରସ୍ପର ଠାରୁ ମାତ୍ର ଅଳ୍ପ ଦୂରତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଉଭୟଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ସତ୍ୟ ଓ ସୂର୍ଯ୍ୟ ଏଠାରେ ନିଜ ମା’ ଓ ବଡ଼ ଭଉଣୀ ଗାୟତ୍ରୀଙ୍କ ସହ ରହୁଥିଲେ। ଉଭୟଙ୍କ ବାପା ମୁମ୍ବାଇ ବାହାରେ ଗୋଟିଏ କମ୍ପାନୀରେ କାମ କରନ୍ତି। ଚେନ୍ନାଇରୁ ସେମାନେ ୨ ବର୍ଷ ହେଲା ଆସି ଗାଜିଆବାଦରେ ରହୁଥିଲେ।

The post ଜହ୍ନ ଦେଖିବାକୁ ଚେଷ୍ଟା କଲାବେଳେ ୨୫ ମହଲାରୁ ଖସିପଡ଼ିଲେ ଜାଆଁଳା ଭାଇ appeared first on Odisha Reporter.



from Odisha Reporter https://ift.tt/3C3A39q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages