ସ୍କୁଲ କ୍ୟାପ୍‌କୁ ନେଇ ଥଟ୍ଟା ପରିହାସ, ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

ସ୍କୁଲ କ୍ୟାପ୍‌କୁ ନେଇ ଥଟ୍ଟା ପରିହାସ, ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ

ବେଙ୍ଗାଲୁରୁ: ମୁସଲିମ ଧର୍ମାବଲମ୍ବୀମାନେ ପିନ୍ଧୁଥିବା ପବିତ୍ର ସ୍କୁଲ କ୍ୟାପର ପରିହାସକୁ ନେଇ ଦୁଇ ଛୋଟ ପିଲାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ବିସ୍ଫୋରକ ରୂପ ଧାରଣ କରିଛି। ଏହି ଘଟଣାକୁ ନେଇ କର୍ଣ୍ଣାଟକାର ବାଗଲକୋଟରେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି।

ଇଲକାଲ ସହରରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍‌ ଉଭୟ ସଂପ୍ରଦାୟର ୮ ଜଣଙ୍କୁ ଗିରଫ କରିଛି। ସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜଣେ ୧୫ ବର୍ଷୀୟ ପିଲା ତା’ ସାଙ୍ଗ ପିନ୍ଧିଥିବା ସ୍କୁଲ ଟୋପିକୁ ନେଇ ପରିହାସ ଓ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲା।

ଏଥିରେ ମର୍ମାହତ ହୋଇ ସ୍କୁଲ ଟୋପି ପିନ୍ଧିଥିବା ପିଲାଟି ତା’ର ଅନ୍ୟ ବନ୍ଧୁମାନଙ୍କୁ ଏକଥା କହିଥିଲା। ସେମାନେ ମିଳିତ ଭାବେ ପରିହାସ କରିଥିବା ପିଲାଟିକୁ ମାଡ଼ ମାରିଥିଲେ। ମାଡ଼ ଖାଇଥିବା ପିଲାଟି ଏହାର ବଦଲା ନେବାକୁ ହିନ୍ଦୁ ସଂଗଠନରେ ଥିବା ତା’ର ସାଙ୍ଗମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲା। ସେମାନେ ମଧ୍ୟ ସ୍କୁଲ ଟୋପି ପିନ୍ଧିଥିବା ପିଲାଟି ପାଖରେ ପହଞ୍ଚି ତା’କୁ ଆକ୍ରମଣ କରିଥିଲେ।

ଏହି ମାରପିଟ ଧୀରେଧୀରେ ସାଂପ୍ରଦାୟିକ ସଂଘର୍ଷର ରୂପ ନେଇଛି। ଉଭୟ ପିଲାଙ୍କ ପରିବାର ସହ ଦୁଇ ଧର୍ମର ଲୋକ ମିଶି ପରସ୍ପରକୁ ଆକ୍ରମଣ କରିଛନ୍ତି। ଦୁଇ ସଂପ୍ରଦାୟକ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ପୁଲିସ୍‌ ଦୁଇଟି ଏଫଆଇଆର ରୁଜୁ କରି ଉଭୟ ପକ୍ଷରୁ ୮ ଜଣଙ୍କୁ ଗିରଫ କରିଛି।

ବାଗଲକୋଟର ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଉଭୟ ପକ୍ଷ ଆପୋଷ ବୁଝାମଣା କରିବାକୁ ରାଜି ହୋଇଛନ୍ତି। ସେମାନେ ପୁଲିସ୍‌ କେସ୍‌ କରିବାକୁ ମନା କରୁଛନ୍ତି। ଆମେ ୮ ଜଣଙ୍କୁ ଗିରଫ କରିଛୁ। ପୂରା ସ୍ଥିତି ଉପରେ ନଜର ରଖାଯାଇଛି। ଏହି ସଂଘର୍ଷରେ କେହି ବି ଗୁରୁତର ଆହତ ହୋଇ ନଥିବା ସେ କହିଛନ୍ତି।

The post ସ୍କୁଲ କ୍ୟାପ୍‌କୁ ନେଇ ଥଟ୍ଟା ପରିହାସ, ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ appeared first on Odisha Reporter.



from Odisha Reporter https://ift.tt/3ABI1oW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages