ନୂଆଦିଲ୍ଲୀ: ଆସନ୍ତା ୨୦୨୩ରେ ନୂଆ ପ୍ରଗତି ମୈଦାନରେ ଅନୁଷ୍ଠିତ ହେବ ଜି-୨୦ ବିଶ୍ୱ ସମ୍ମିଳନୀ। ଜି-୨୦ରେ ଥିବା ସବୁ ରାଷ୍ଟ୍ରର ସଦସ୍ୟମାନେ ଏଠାକୁ ଆସିବେ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିଁ ପ୍ରଗତି ମୈଦାନରେ ଥିବା ନୂଆ ପ୍ରଦର୍ଶନୀ କମ୍ଲେକ୍ସକୁ ଉଦଘାଟନ କରିଥିଲେ। ନଭେମ୍ବର ୧୪ରୁ ୨୭ ଯାଏ ଏଠାରେ ଆଇଆଇଟିଏଫର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ସେ ଗତି ମିଶନ ଶକ୍ତି ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହାପରେ ପୀୟୂଷ ଗୋଏଲ ଏପରି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ନୂଆ ପ୍ରଗତି ମୈଦାନ ପ୍ରାୟ ୭୨ ହଜାର ବର୍ଗ କିମି ଅଞ୍ଚଳରେ ରହିଛି। ଏହା ମଧ୍ୟରେ ୮ଟି ପ୍ରଦର୍ଶନୀ ହଲ ତିଆରି କରାଯିବ। ଏବେ ଏହା ମଧ୍ୟରେ ନୂଆ ଆଇସିସି ସେଣ୍ଟରର ନିର୍ମାଣ ଚାଲିଛି। ଏଠାରେ ଥିବା ଅଣ୍ଡର ଗ୍ରାଉଣ୍ଡ ପାର୍କିଂରେ ଏକକାଳୀନ ୮ ହଜାର ଗାଡ଼ି ରହିପାରିବ।
ସବୁ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଏଠାରେ ରହିଥିବା ସେ କହିଛନ୍ତି। ଭାଇରୋନ ମାର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଠିକ୍ ଭାବେ ଟ୍ରାଫିକ ପରିଚାଳନା ପାଇଁ ୬ଟି ଟନେଲ ତିଆରି କାରାଯାଉଛି। ସେହିପରି ଗୋଟିଏ ସବ୍ ୱେର ନିର୍ମାଣ କାମ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।
ଶ୍ରୀ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଗତି ଶକ୍ତି-ଜାତୀୟ ମାଷ୍ଟର ପ୍ଲାନ ବିଭିନ୍ନ ବିକାଶମୂଳକ ଯୋଜନାକୁ ଅଧିକ ଗତି ଓ ଦିଗ ଦେଖାଇବବ। ଏହା ପୁଞ୍ଜି ନିବେଶକୁ ମଧ୍ୟ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ଜି-୨୦ ସମ୍ମିଳନୀ ୨୦୨୩ରେ ପ୍ରଗତି ମୈଦାନରେ ଅନୁଷ୍ଠିତ ହେବ।
ଗତି ମିଶନ ଜରିଆରେ ଭିତ୍ତିଭୂମି ସଜାଡ଼ିବାକୁ ସାମଗ୍ରୀକ ବିକାଶ ହେବ। ୧୦୦ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଥିସହ ଅର୍ଥନୀତିକୁ ସଜାଡ଼ିବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି।
The post ନୂଆ ପ୍ରଗତି ମୈଦାନରେ ହେବ ଜି-୨୦ ବିଶ୍ୱ ସମ୍ମିଳନୀ appeared first on Odisha Reporter.
from Odisha Reporter https://ift.tt/3iVlYn4
No comments:
Post a Comment