ଗିରଫ ଆତଙ୍କୀ ଖୋଲିଲା ଗୁମର, ଜମ୍ମୁ ବସ୍‌ ବିସ୍ଫୋରଣ ପଛରେ ପାକ୍‌ ଗୁଇନ୍ଦା ସଂସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

ଗିରଫ ଆତଙ୍କୀ ଖୋଲିଲା ଗୁମର, ଜମ୍ମୁ ବସ୍‌ ବିସ୍ଫୋରଣ ପଛରେ ପାକ୍‌ ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ: ପାକିସ୍ତାନର ମୁଖା ଖୋଲି ଦେଇଛି ଗିରଫ ଆତଙ୍କବାଦୀ ମହମ୍ମଦ ଅଶରଫ। ଦିଲ୍ଲୀରୁ ଗିରଫ ହୋଇଥିବା ଏହି ଆତଙ୍କବାଦୀ ଜଣକ ଜେରା ବେଳେ ସାଂଘାତିକ ତଥ୍ୟ ଦେଇଛି। ୨୦୦୯ ଜମ୍ମୁ ବସ୍‌ ଷ୍ଟାଣ୍ଡରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ରହିଥିବା ଅଶରଫ ଜେରା ବେଳେ ସୁରକ୍ଷାକର୍ମୀଙ୍କୁ ସୂଚନା ଦେଇଛି।

ସେହିପରି ୨୦୧୧ ଦିଲ୍ଲୀ ହାଇକୋର୍ଟ ବାହାରେ ହୋଇଥିବା ବିସ୍ଫୋରଣ ପୂର୍ବରୁ ସେ ନିଜେ ଏହାର ଆଖପାଖ ଅଞ୍ଚଳକୁ ଯାଞ୍ଚ କରିଥିଲା। କିନ୍ତୁ ବିସ୍ଫୋରଣ ଘଟଣାରେ ତା’ର ହାତ ରହିଛି କି ନାହିଁ, ସେକଥା ଏଯାଏ ସ୍ପଷ୍ଟ ହୋଇନି।

୨୦୧୧ରେ ଅଶରଫ ଅନେକ ଥର ଆଇଟିଓ ନିକଟରେ ଥିବା ପୁରୁଣା ପୁଲିସ୍‌ ମୁଖ୍ୟାଳୟ ପାଖକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲା। କିନ୍ତୁ ପୁଲିସ୍‌ ସାଧାରଣ ଲୋକଙ୍କୁ ଏହାର ବାହାରେ ଛିଡ଼ା ହେବାକୁ ଅନୁମତି ଦେଉ ନଥିବାରୁ ସେ ଘଟଣାସ୍ଥଳ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରି ପାରି ନଥିଲା।

ତେବେ ଯାହା ସବୁ ତଥ୍ୟ ସ୍ୱଳ୍ପ ସମୟ ମଧ୍ୟରେ ହାସଲ କରିଥିଲା, ସେସବୁକୁ ଆଇଏଟିବି ମାଧ୍ୟମରେ ପାକିସ୍ତାନ ହ୍ୟାଣ୍ଡେଲରମାନଙ୍କୁ ପଠାଇଥିଲା। ଏବେ ସୁରକ୍ଷା ଏଜେନ୍ସି ଦିଲ୍ଲୀ ବିସ୍ଫୋରଣରେ ତା’ର ସଂପୃକ୍ତି ରହିଛି କି ନାହିଁ, ତା’ର ଯାଞ୍ଚ କରୁଛନ୍ତି।

ଏଯାଏ ହୋଇଥିବା ଜେରାରୁ ଜଣାପଡ଼ିଛି ଯେ ୨୦୦୯ ଜମ୍ମୁ ବସ ଷ୍ଟାଣ୍ଡରେ ହୋଇଥିବା ବିସ୍ଫୋରଣରେ ଆଇଏସଆଇ ରହିଥିଲା। ଆଇଏସ୍‌ଆଇ ଅଫିସର ନାସିର ନିର୍ଦ୍ଦେଶରେ ଏଠାରେ ବିସ୍ଫୋରଣ କରାଯାଇଥିଲା। ଏଥିରେ ୪ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା।

ସେହିପରି ଦିଲ୍ଲୀ ହାଇକୋର୍ଟ ବାହାରେ ହୋଇଥିବା ବିସ୍ଫୋରଣ ପାଇଁ ପାକିସ୍ତାନରୁ ୨ ଜଣ ନାଗରିକ ୨୦୧୧ରେ ଆସିଥିଲେ। ସେମାନଙ୍କ ମଧ୍ୟରେ ଗୁଲାମ ସାରୱାର ନାମଜ ଜଣେ ବ୍ୟକ୍ତି ରହିଥିଲା। ଜେରା ବେଳେ ଅଶରଫ କହିଛି ଯେ ଆଇଏସଆଇ ଅଫିସର ନାସିର ସହ ସେ ଯୋଗାଯୋଗରେ ରହିଥିଲା।

ତା’ରି କଥାରେ ସେ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଅନେକ ଥର ଜମ୍ମୁ-କଶ୍ମୀର ଯାଇଛି। ସେ ସବୁବେଳେ ଆଇଏସଆଇ ସହ ଇ-ମେଲ ଜରିଆରେ ହିଁ ଯୋଗାଯୋଗ କରୁଥିବା କଥା ସ୍ୱୀକାର କରିଛି।

ଜମ୍ମୁ-କଶ୍ମୀରରେ ଅଶରଫ ୫ ଜଣ ଆର୍ମି ଅଫିସରଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ସାମିଲ ଥିବା କହିଛି। ହେଲେ ଏହାର ସତ୍ୟତା ଯାଞ୍ଚ କରାଯାଉଛି। ଏବେ ବି ଏନଆଇଏ, ର’ ଓ ଏମଆଇ ପକ୍ଷରୁ ଅଶରଫକୁ ଘନଘନ ଜେରା କରାଯାଉଛି।

The post ଗିରଫ ଆତଙ୍କୀ ଖୋଲିଲା ଗୁମର, ଜମ୍ମୁ ବସ୍‌ ବିସ୍ଫୋରଣ ପଛରେ ପାକ୍‌ ଗୁଇନ୍ଦା ସଂସ୍ଥା appeared first on Odisha Reporter.



from Odisha Reporter https://ift.tt/3iWdQ62

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages