ଗାଙ୍ଗଟକ୍: ଆଉ ମିଳିବନି ପାଣି ବୋତଲ। ଜାନୁଆରୀ ପହିଲାରୁ ବ୍ୟାନ୍ ହେବ ଫ୍ୟାକଡ୍ ମିନେରାଲ ୱାଟର ବୋତଲ। ଏନେଇ ଘୋଷଣା କରିଛନ୍ତି ସିକ୍କିମ ମୁଖ୍ୟମନ୍ତ୍ରୀ ପିଏମ୍ ତମାଙ୍ଗ।
ସିକ୍କିମରେ ୨୦୨୨ ଜାନୁଆରୀ ୧ ଠାରୁ ‘ପ୍ୟାକେଜ୍ଡ୍ ମିନେରାଲ୍ ୱାଟର୍’ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏହି ରାଜ୍ୟରେ ଏବେ ସଜ ଓ ଉତ୍ତମ ମାନର ପାନୀୟ ଜଳ ଯୋଗାଇ ଦିଆଯିବ।
ଗାନ୍ଧୀ ଜୟନ୍ତୀ ଅବସରରେ ଉଦ୍ବୋଧନ ଦେଇ ତମାଙ୍ଗ୍ କହିଛନ୍ତି ଯେ, ନିଷେଧାଦେଶ ଲାଗୁ ହେବା ପରେ, ଆମ୍ଭେ ପ୍ରାକୃତିକ ଉତ୍ସରୁ ଜଳ ସଂଗ୍ରହ କରିବୁ। ତାହା ପ୍ଲାଷ୍ଟିକ୍ ବୋତଲରେ ମିଳୁଥିବା ପାଣି ଠାରୁ ଢେର୍ ଭଲ।
ସେ କହିଛନ୍ତି, ଏବେ ସିକ୍କିମରେ ସମସ୍ତେ ବଜାରରେ ମିଳୁଥିବା ପାଣି ବୋତଲ ବର୍ଜନ କରିବେ ଏବଂ ବିକଳ୍ପ ଭାବେ ପ୍ରାକୃତିକ ଉତ୍ସରୁ ଜଳ ସଂଗ୍ରହ କରିବେ। ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଗଚ୍ଛିତ ଥିବା ‘ଖଣିଜ ଲବଣଯୁକ୍ତ ପାଣି ବୋତଲ’ ଗୁଡ଼ିକୁ ସାରିବା ପାଇଁ ୩ ମାସ ସମୟ ଦିଆଯାଇଛି।
ପରିବେଶ ଅନୁକୂଳ ପଦକ୍ଷେପ ମାଧ୍ୟମରେ ସମସ୍ତ ଜଳର ଚାହିଦା ପୂରଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ବାହାରୁ ଯୋଗାଣ ହେଉଥିବା ‘ପ୍ୟାକେଜ୍ଡ୍ ଡ୍ରିଙ୍କିଙ୍ଗ୍ ୱାଟର୍’ ବନ୍ଦ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଉତ୍ତର ସିକିମ୍ ଅନ୍ତର୍ଗତ ଲାଚେନ୍ ଭଳି ଜନପ୍ରିୟ ପର୍ଯ୍ୟଟନସ୍ଥଳୀରେ ‘‘ପ୍ୟାକେଜ୍ଡ୍ ୱାଟର୍ ବଟଲ୍’ ପୂର୍ବରୁ ନିଷିଦ୍ଧ କରାଯାଇଛି।
The post ଜାନୁଆରୀ ପହିଲାରୁ ଆଉ ମିଳିବନି ପାଣି ବୋତଲ appeared first on Odisha Reporter.
from Odisha Reporter https://ift.tt/3uyBI3W
No comments:
Post a Comment