ବାପା ଯାହା ଚାହୁଁଥିଲେ, ପୁଅ ତାହା କରି ଦେଖାଇଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

ବାପା ଯାହା ଚାହୁଁଥିଲେ, ପୁଅ ତାହା କରି ଦେଖାଇଲେ!

ମୁମ୍ବାଇ: ବାପା ଶାହାରୁଖ ଯାହା ଚାହୁଁଥିଲେ ପୁଅ ଆର୍ଯ୍ୟନ ତାହା କରି ଦେଖାଇଛନ୍ତି। ଗୁଡ ବୟ ବଦଳରେ ବ୍ୟାଡ୍‌ ବୟ ପାଲଟିଛନ୍ତି ଆର୍ଯ୍ୟନ୍‌। ଏଥିସହ ଡ୍ରଗ୍ସର ମଜା ମଧ୍ୟ ନେଇଛନ୍ତି। ଶାହାରୁଖଙ୍କ ଇଚ୍ଛାକୁ ସେ ପୂରଣ କରି ଦେଖାଇଛନ୍ତି। ଦିନେ ମଜାକରେ ଯହା କହିଥିଲେ ଶାହାରୁଖ ତାକୁ ଏବେ ପୁଅ ଆର୍ଯ୍ୟନ୍‌ ସତ କରି ଦେଖାଇଛନ୍ତି।

ରେଭ୍‌ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଏନ୍‌ସିବି ଦ୍ୱାରା ଆର୍ଯ୍ୟନ ଅଟକ ହେବା ପରେ ଶାହାରୁଖାନଙ୍କ ପୂର୍ବ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ତାଙ୍କ ପୁଅ ଆର୍ଯ୍ୟନ୍‌କୁ ନେଇ ଦେଇଥିବା ଏକ ବୟାନକୁ ନେଇ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

୧୯୯୭ରେ ସିମି ଗରେୱାଲଙ୍କ ଟକ୍‌ ଶୋ’ରେ ଯୋଗ ଦେଇ ଶାହାରୁଖ କହିଥିଲେ, ‘ମୋ ପୁଅ ବି ଡ୍ରଗ୍ସର ମଜା ନେଉ। କେବଳ ସେତିକି ନୁହେଁ ଝିଅମାନଙ୍କୁ ସେ ଡେଟ୍‌ କରୁ। ସେ ଏକ ବ୍ୟାଡ୍‌ ବୟ ହେଉ। ଯଦି ସେ ଗୁଡ୍‌ ବୟ ହେବ ତେବେ ତାକୁ ମୁଁ ଘରୁ ବାହାର କରିଦେବି।’ ଥଟ୍ଟା ମଜାରେ କହିଥିବା  ଶାହାରୁଖଙ୍କ ଏହି କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ସେହିଦିନର ସାକ୍ଷାତକାରର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ୟୁଜର୍ସ ଏହି ଭିଡିଓକୁ ଦେଖି ବାପା ଯାହା ଚାହୁଁଥିଲେ ପୁଅ ତାହା ସତ କରିଦେଲେ ବୋଲି କହୁଛନ୍ତି।

ସୂଚନା ମୁତାବକ, ଏନ୍‌ସିବି ଜାଲରେ ଫଶିଛନ୍ତି ବଲିଉଡର ବାଦ୍‌ଶାହ ଶାହାରୁଖ ଖାନ୍‌ଙ୍କ ପୁଅ। ଆର୍ଯ୍ୟନ୍‌ ଖାନ୍‌ଙ୍କୁ ରେଭ୍‌ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଏନ୍‌ସିବି ଅଟକ ରଖିଛି। ତାଙ୍କୁ ପଚରାଉଚରା ଜାରି ରହିଛି। ଏହି ମାମଲାରେ ଏନ୍‌ସିବି ୮ ଜଣଙ୍କୁ ଗିରଫ କରିଛି। ଏଥିରେ ୩ ଜଣ ବଡ ବଡ ଉଦ୍ୟୋଗପତିଙ୍କ ଝିଅ ସାମିଲ ଥିବା ଜଣାପଡିଛି।

ଡାକ୍ତରୀ ପରୀକ୍ଷା ପରେ ଗିରଫ ହୋଇଥିବା ସମସ୍ତ ୮ ଜଣଙ୍କୁ ମୁମ୍ବାଇ କିଲା କୋର୍ଟରେ ହାଜର କରାଯିବା ନେଇ ସମ୍ଭାବନା ରହିଛି। ସେପଟେ ଏନ୍‌ସିବି ଉକ୍ତ ପାର୍ଟିର ୬ ଆୟୋଜକଙ୍କୁ ସମନ ପଠାଇଛି। ତାଙ୍କୁ ପଚରାଉଚରା କରିବା ପାଇଁ ଏନ୍‌ସିବି ଅଫିସ୍‌କୁ ଡକାଯାଇଛି।

ସୂତ୍ରରୁ ଜଣାପଡିଛି ଯେ, ରେଭ୍‌ ପାର୍ଟି ମାମଲାରେ ପୁଅ ଆର୍ଯ୍ୟନ୍ ଅଟକ ହେବା ପରେ ଏନ୍‌ସିବି ଅଧିକାରୀଙ୍କ ଯୋଗାଯୋଗରେ ଅଛନ୍ତି ଶାହାରୁଖ। ସେ ଆର୍ଯ୍ୟନ୍‌ଙ୍କ ପ୍ରତି ମିନିଟ୍‌ର ଖବର ନେଉଛନ୍ତି। ଏନ୍‌ସିବିର ପଚରାଉଚରା ବେଳେ ଆର୍ଯ୍ୟନ୍‌ ଏହି ରେଭ୍‌ ପାର୍ଟିର ଅଂଶ ଥିଲେ। ତାଙ୍କୁ ଭିଭିଆଇପି ଅତିଥି ରୂପେ ଏହି ପାର୍ଟିକୁ ଡକାଯାଇଥିଲା ବୋଲି କହିଛନ୍ତି।

The post ବାପା ଯାହା ଚାହୁଁଥିଲେ, ପୁଅ ତାହା କରି ଦେଖାଇଲେ! appeared first on Odisha Reporter.



from Odisha Reporter https://ift.tt/3FbqAz5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages