ଭବାନୀପୁରରେ ବାଜି ମାରିଲେ ଦିଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

ଭବାନୀପୁରରେ ବାଜି ମାରିଲେ ଦିଦି

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନରେ ଦିଦିଙ୍କ ଦବ୍‌ଦବା। ଭାବାନୀପୁର ଆସନରେ ବାଜି ମାରିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିର ପ୍ରିୟଙ୍କା ଟିବ୍ରେୱାଲଙ୍କୁ ହରାଇଲେ ମମତା। ବିପୁଳ ଭୋଟରେ ଜିତିଲେ ଉପନର୍ବାଚନ। ପ୍ରିୟଙ୍କାଙ୍କୁ ପ୍ରାୟ ୫୮ ହଜାରରୁ ଅଧିକ ଭୋଟ୍‌ରେ ହରାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

୨୧ ରାଉଣ୍ଡ ତଥା ଶେଷ ରାଉଣ୍ଡ ମତଗଣନାରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ସେ ୫୮ ହଜାର ୮୩୨ ଭୋଟ୍‌ରେ ମାତ୍‌ ଦେଇଛନ୍ତି ମମତା। ଏଥିସହ ଭବାନୀପୁରରୁ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ନିଜ ପରାଜୟ ସ୍ୱୀକାର କରିବା ସହ ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପରୋକ୍ଷରେ ମମତାଙ୍କୁ ସେ ଟାର୍ଗେଟ ମଧ୍ୟ କରିଛନ୍ତି।

ସେ କହିଛନ୍ତି, ମୁଁ ମୋ ପରାଜୟ ସ୍ୱୀକାର କରୁଛି, ହେଲେ ମୁଁ କୋର୍ଟ ଯିବିନି। ଟିଏମ୍‌ସି କହିଥିଲା ମମତା ଉପନିର୍ବାଚନରେ ୧ ଲକ୍ଷ ଭୋଟ୍‌ରେ ବିଜୟ ହାସଲ କରିବେ। କିନ୍ତୁ ତାଙ୍କୁ କେବଳ ୫୮ ହଜାର ଭୋଟ ମିଳିଛି। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି, କିନ୍ତୁ ସେ ଯେଉଁ ପ୍ରକାରେ ନିର୍ବାଚନ ଜିତିଛନ୍ତି ତାହା ସମସ୍ତେ ଦେଖିଛନ୍ତି।

ପୂର୍ବରୁ ମଧ୍ୟ ଦୁଇଟି ନିର୍ବାଚନରେ ମମତା ଭବାନୀପୁର ଆସନରୁ ବିଜୟ ହାସଲ କରିସାରିଛନ୍ତି। କିନ୍ତୁ ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମ ଆସନରୁ ଲଢ଼ିଥିଲେ। ଏଠାରେ ସେ ବିଜେପିର ଶୁଭେନ୍ଦୁ ଅଧିକାରଙ୍କ ଠାରୁ ପରାଜିତ ହୋଇଥିଲେ। ତେବେ ଏହା ସତ୍ତ୍ୱେ ବି ବିଧାନସଭା ନିର୍ବାଚନରେ ଟିଏମ୍‌ସି ୨୧୩ ସିଟ୍‌ରେ ବିପୁଳ ବିଜୟ ହାସଲ କରିଥିଲା। ଏଥିସହ ମମତା ବାନାର୍ଜୀ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସୂଚନା ମୁତାବକ, ପଶ୍ଚିମବଙ୍ଗର ତିନୋଟି ଆସନ ଭବାନୀପୁର, ସମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଆଜି ଉପନିର୍ବାଚନ ହୋଇଥିଲା। ଭବାନୀପୁରରେ ମମତା ବିଜୟ ହାସଲ କରିଛନ୍ତି। ଏଥିସହ ଏହି ଦୁଇଟି ଆସନରେ ମଧ୍ୟ ଟିଏମ୍‌ସି ଆଗୁଆ ରହିଛି। ମମତାଙ୍କୁ ବିଜୟ ପରେ କୋଲ୍‌କାତାସ୍ଥିତ ତାଙ୍କ ବାସଭବନ ବାହାରେ ‘ତୃଣମୂଳ କଂଗ୍ରେସ’ ସମର୍ଥକମାନେ ଭିଡ ଜମାଇଛନ୍ତି। ବାଜା ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି। ଅବିର ଆଦି ରଙ୍ଗ ବୋଳାବୋଳି ହୋଇଛନ୍ତି।

The post ଭବାନୀପୁରରେ ବାଜି ମାରିଲେ ଦିଦି appeared first on Odisha Reporter.



from Odisha Reporter https://ift.tt/3A66N03

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages