ନୂଆଦିଲ୍ଲୀ: ବିଜେପି ଛାଡ଼ି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ଯୋଗଦେଇଥିବା ବାବୁଲ ସୁପ୍ରିୟୋ ବଡ଼ ଘୋଷଣା କରିଛନ୍ତି। ସେ ଟିଏମସିରେ ମିଶିଥିବାରୁ ଏବେ ବିଧିବଦ୍ଧ ଭାବେ ବିଜେପିର ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ। ଆସନ୍ତାକାଲି ସେ ଦିଲ୍ଲୀ ଯାଇ ଲୋକସଭା ବାଚସ୍ପତିଙ୍କୁ ଭେଟିବେ। ଏହି ସମୟରେ ସେ ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ।
ବାଚସ୍ପତି ଓମ ବିର୍ଲା ତାଙ୍କୁ ଭେଟିବା ପାଇଁ କାଲି ଦିନ ୧୧ଟା ବେଳେ ସମୟ ଦେଇଥିବାରୁ ଗୋଟିଏ ଟ୍ୱିଟରେ ବାବୁଲ ସୁପ୍ରିୟୋ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ବିଜେପି ଟିକେଟରେ ଜିତିଥିବା ବେଳେ ଦଳରେ ନାହିଁ। ତେଣୁ ବିଜେପି ସାଂସଦ ହିସାବରେ କୌଣସି ସ୍ଥାନ,ପଦ କିମ୍ବା ଦରମା ନେବା ଉଚିତ ନୁହେଁ। ତେଣୁ ଆସନ୍ତକାଲି ମୁଁ ବାଚସ୍ପତିଙ୍କୁ ଭେଟି ବିଜେପି ସାଂସଦ ପଦରୁ ଇସ୍ତଫା ଦେବି।”
Sincere Gratitude to Hon’ble Speaker Sir @ombirlakota for granting me his time tmrw at 11am to formally resign as a MP•I will not hold on to the Berth/Perks/Salary of a MP now that I am no longer a part of @BJP4India that I won the seat for•If I have it in me, wil win it again
— Babul Supriyo (@SuPriyoBabul) October 18, 2021
ବାବୁଲ ବିଜେପି ଛାଡ଼ିବା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ରମନ୍ତ୍ରୀ ପଦରୁ ଦଳର ନିର୍ଦ୍ଦେଶକ୍ରମେ ଇସ୍ତଫା ଦେଇଥିଲେ। ଏ ସମ୍ପର୍କରେ ସେ ଫେସବୁକରେ ସୂଚନା ଦେଇଥିଲେ। ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ। ଏହାର କିଛି ଦିନ ପରେ ସେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଟିଏମସିରେ ଯୋଗଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ଲୋକଙ୍କ ପାଇଁ କିଛି କାମ କରିବାକୁ ସେ ଟିଏମସିରେ ମିଶିଥିବା କହିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବାବୁଲ ଆସନସୋଲରୁ ବିଜେପି ଟିକେଟରୁ ଲୋକସଭାକୁ ଯାଇଥିଲେ। ୨୦୧୪ରେ ମଧ୍ୟ ସେ ଏହି ଆସନରୁ ଜିତିଥିଲେ।
The post ୧୯ରେ ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ appeared first on Odisha Reporter.
from Odisha Reporter https://ift.tt/3vk5SZn
No comments:
Post a Comment