ଫର୍ଜି ମାର୍କଶିଟ୍‌ ପାଇଁ ୨୮ ବର୍ଷ ପରେ ବିଜେପି ବିଧାୟକଙ୍କୁ ୫ ବର୍ଷ ଜେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ଫର୍ଜି ମାର୍କଶିଟ୍‌ ପାଇଁ ୨୮ ବର୍ଷ ପରେ ବିଜେପି ବିଧାୟକଙ୍କୁ ୫ ବର୍ଷ ଜେଲ

ଅଯୋଧ୍ୟା: ନକଲି ମାର୍କଶିଟ ଦାଖଲ କରିବାର ଦୀର୍ଘ ୨୮ ବର୍ଷ ପରେ ଜେଲଦଣ୍ଡ ପାଇଛନ୍ତି ବିଜେପି ବିଧାୟକ। ଅଯୋଧ୍ୟାର ଗୋସାଇଗଞ୍ଜରୁ ବିଧାୟକ ହୋଇଥିବା ଇନ୍ଦ୍ର ପ୍ରତାପ ତିୱାରୀ କଲେଜରେ ନାଁ ଲେଖାଇବା ପାଇଁ ନକଲି ମାର୍କଶିଟ୍‌ ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୨୮ ବର୍ଷ ତଳେ ଏନେଇ ରୁଜୁ ହୋଇଥିବା ମାମଲାରେ ଶୁଣାଣି କରି ସ୍ୱତନ୍ତ୍ର ଅଦାଲତ ତାଙ୍କୁ ୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ସ୍ୱତନ୍ତ୍ର ବିଚାରପତି ପୂଜା ସିଂହ ରାୟ ଦେବା ବେଳେ ବିଜେପି ବଧାୟକ ଇନ୍ଦ୍ର ସ୍ୱତନ୍ତ୍ର ଏମସି/ଏମଏଲଏ କୋର୍ଟରେ ଉପସ୍ଥିତ ରହିଥିଲେ। କୋର୍ଟ ଦୋଷୀ ସାବ୍ୟସ୍ତ କରିବାରୁ ପୁଲିସ୍‌ ତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି। ଏଥିସହ କୋର୍ଟ ତାଙ୍କ ଉପରେ ୮ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଛନ୍ତି।

୨୦୧୭ ବିଧାନସଭା ନିର୍ବାଚନରେ ଇନ୍ଦ୍ର ପ୍ରତାପ ତିୱାରୀ ଓରଫ ଖାବୁ ବିଜେପି ଟିକେଟରୁ ଅଯୋଧ୍ୟାର ଗୋସାଇଗଞ୍ଜରୁ ବିଧାନସଭା ନିର୍ବାଚିତ ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଅଯୋଧ୍ୟାରେ ଥିବା ସକେତ ଡିଗ୍ରୀ କଲେଜରେ ନାଁ ଲେଖାଇବା ପାଇଁ ଇନ୍ଦ୍ର ନକଲି ମାର୍କଶିଟ୍‌ ଦାଖଲ କରିଥିବା ଜଣାପଡ଼ିଥିଲା। ଏଥିପାଇଁ କଲେଜର ପ୍ରିନ୍ସିପାଲ ୧୯୯୨ ମସିହାରେ ରାମ ଜନ୍ମଭୂମି ପୁଲିସ୍‌ ଷ୍ଟେସନରେ ବିଧିବଦ୍ଧ ଭାବେ ଅଭିଯୋଗ କରିଥିଲେ।

ଏଫଆଇଆର୍‌ରେ କୁହାଯାଇଥିଲା ଯେ ଇନ୍ଦ୍ର ଗ୍ରାଜ୍ୟୁଏସନର ଦ୍ୱିତୀୟ ବର୍ଷରେ ଫେଲ ହୋଇଥିଲେ। କିନ୍ତୁ ସେ ୧୯୯୦ରେ ଫର୍ଜି ମାର୍କଶିଟ୍‌ ଜରିଆରେ ପରବର୍ତ୍ତୀ କ୍ଲାସରେ ନାଁ ଲେଖାଇଥିଲେ। ମାମଲାର ତଦନ୍ତ କରି ପୁଲିସ୍‌ ଦୀର୍ଘ ୧୩ ବର୍ଷ ପରେ ଚାର୍ଜଶିଟ ଦାଖଲ କରିଥିଲା। ଶୁଣାଣି ବେଳେ ରେକର୍ଡରୁ ଅନେକ ମୂଳ ଦଲିଲ ନିଖୋଜ ହୋଇଯାଇଥିଲା ଓ ଅଭିଯୋଗକାରୀ ପ୍ରିନ୍ସିପାଲଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା।

ଦ୍ୱିତୀୟ ଥର ପାଇଁ ଦସ୍ତାବିଜ ପ୍ରସ୍ତୁତ ଚାଲିଥିବା ବେଳେ ଇନ୍ଦ୍ର ବେଧଡ଼କ ନିଜର ରାଜନୀତିକ ଇନିଂସ ଜାରି ରଖିଥିଲେ। ଶେଷରେ ସାକେତ କଲେଜର ତତ୍କାଳୀନ ଡିନ୍ ମହେନ୍ଦ୍ର କୁମାର ଅଗ୍ରୱାଲ ଓ ଅନ୍ୟ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଇନ୍ଦ୍ର ପ୍ରତାପ ତିୱାରୀଙ୍କୁ ଜେଲଦଣ୍ଡ ମିଳିଛି।

The post ଫର୍ଜି ମାର୍କଶିଟ୍‌ ପାଇଁ ୨୮ ବର୍ଷ ପରେ ବିଜେପି ବିଧାୟକଙ୍କୁ ୫ ବର୍ଷ ଜେଲ appeared first on Odisha Reporter.



from Odisha Reporter https://ift.tt/3aNyP6z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages