ଆର୍ଯ୍ୟନ୍‌ଙ୍କ ପାଇଁ ସୁପ୍ରିମକୋର୍ଟ ଗଲା ଶିବସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ଆର୍ଯ୍ୟନ୍‌ଙ୍କ ପାଇଁ ସୁପ୍ରିମକୋର୍ଟ ଗଲା ଶିବସେନା

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଦିନକୁ ଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି। ଏବେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କିଙ୍ଗ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି। ତେବେ ଆର୍ଯ୍ୟନ୍‌ଙ୍କ ପାଇଁ ଏବେ ବାହାରିଛି ଶିବସେନା।

ଆର୍ଯ୍ୟନ୍‌ ଖାନ୍‌ଙ୍କ ସମର୍ଥନରେ ଶିବେସନା ନେତା କିଶୋର ତିୱାରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଦାଖଲ କରିଛନ୍ତି ଏବଂ ଅଭିଯୁକ୍ତଙ୍କ ମୌଳିକ ଅଧିକାରକୁ ଦର୍ଶାଇଛନ୍ତି। ଶିବସେନା ନେତା କିଶୋର ତିୱାରୀ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କୁ ଏହି ପ୍ରସଙ୍ଗରେ ସ୍ୱତଃ ସଜ୍ଞାନ ନେବାକୁ ଦାବି କରିଛନ୍ତି।

ଏଥିସହ ଏହି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଦାବି କରିଛନ୍ତି। ଶିବସେନା ନେତା ତାଙ୍କ ପିଟିସନରେ ଆହୁରି ଲେଖିଛନ୍ତି ଯେ ଏହି ଡ୍ରଗ୍ସ ମାମଲାରେ ନୋରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଭୂମିକାର ମଧ୍ୟ ତଦନ୍ତ କରାଯାଉ। ଏଥିସହ ସେ ଏହି ମାମଲାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି।

ଆର୍ଯ୍ୟନ ଖାନ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି। ତାଙ୍କ ଓକିଲ ମୁମ୍ବାଇର ସେସନ୍ସ କୋର୍ଟରେ ଜାମିନ ଆବେଦନ କରିଥିଲେ, ଯାହାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୨୦ରେ କୋର୍ଟ ଏହାର ରାୟ ପ୍ରଦାନ କରିବେ।

ସୂଚନା ମୁତାବକ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନ୍, ମୁମୁନ୍ ଧାମେଚା, ଅରବାଜ୍ ମର୍ଚ୍ଚେଣ୍ଟ, ନୁପୁର ସାରିକା, ଇସମିତ ସିଂ, ମୋହକ ଜସୱାଲ, ବିକ୍ରାନ୍ତ ଚୋକର ଏବଂ ଗୋମିତ ଚୋପ୍ରାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଏନ୍‌ସିବି ମୁତାବକ, ଆର୍ଯ୍ୟନ୍‌ ଖାନ୍‌ କ୍ରୁଜ ପାର୍ଟିରେ ତାଙ୍କ ସାଙ୍ଗ ଅରବାଜଙ୍କ ସହ ମିଶି ଡ୍ରଗ୍ସ ସେବନ କରିବାକୁ ଯୋଜନା କରିଥିଲେ। ତଦନ୍ତ ବେଳେ ଅରବାଜଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ମଧ୍ୟ ଜବତ ହୋଇଥିଲା।

The post ଆର୍ଯ୍ୟନ୍‌ଙ୍କ ପାଇଁ ସୁପ୍ରିମକୋର୍ଟ ଗଲା ଶିବସେନା appeared first on Odisha Reporter.



from Odisha Reporter https://ift.tt/3n5cLda

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages