ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ବାହାରିଲେ ପଜିଟିଭ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୪୪୬ଟି କରୋନର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ୨୭୧ ଜଣ କ୍ୱାରେଣ୍ଟାଇନ୍ର ଥିବା ବେଳେ ୧୯୬ଟି ଲୋକାଲ କେସ୍ ରହିଛି। ସେହିପରି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୬ ଜଣ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୪୨୭୬ରେ ପହଞ୍ଚିଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା। ଜିଲ୍ଲାରୁ ସର୍ବାଧିକ ୨୨୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୫ଜଣ, ବାଲେଶ୍ୱର ଜିଲ୍ଲାରୁ ୫ଜଣ, ବରଗଡ଼ ଜିଲ୍ଲାରୁ ୫ଜଣ, ଭଦ୍ରକ ଜିଲ୍ଲାରୁ ୩ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୬୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ଜଣ, ଗଞ୍ଜାମ ଜିଲ୍ଲାରୁ ୧୦ଜଣ, ଜଗତସିଂହପୁର ଜିଲ୍ଲାରୁ ୭ଜଣ, ଯାଜପୁର ଜିଲ୍ଲାରୁ ୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ , କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡା ଜିଲ୍ଲାରୁ ୧୭ଜଣ, କେନ୍ଦୁଝର ଜିଲ୍ଲାରୁ ୨ଜଣ, କୋରାପୁଟ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯ଜଣ, ନବରଙ୍ଗପୁରରୁ ୫ ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୧୬ଜଣ, ରାୟଗଡ଼ା ଜିଲ୍ଲାରୁ ୩ ଜଣ, ସମ୍ବଲପୁର ଜିଲ୍ଲାରୁ ୪ଜଣ, ସୋନପୁର ଜିଲ୍ଲାରୁ ୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮ଜଣ, ଷ୍ଟେଟ ପୁଲ୍ରୁ ୫୨ଜଣ ରହିଛନ୍ତି।
ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ଦୁଇ ଜଣ ଅଛନ୍ତି। ଜଣେ ୭୦ ବର୍ଷୀୟ ମହିଳା ଏବଂ ଆଉ ଜଣେ ୫୧ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ସେହିପରି ନବରଙ୍ଗପୁରର ୭୦ ବର୍ଷୀୟ, ୪୦ ବର୍ଷୀୟ ଏବଂ ୫୩ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୭୯କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୪୨୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୨୯୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୦୬୪୫ଜଣ ସୁସ୍ଥ ହୋଇଛନ୍ତି ।
Covid-19 Report For 14th October
New Positive Cases: 467
Of which 0-18 years: 66
In quarantine: 271
Local contacts: 196(Details of local contacts will be shared by concerned Dist Administration)
1. Angul: 5
2. Balasore: 5
3. Bargarh: 5
4. Bhadrak: 3
5. Balangir: 1— I & PR Department, Odisha (@IPR_Odisha) October 15, 2021
23. Rayagada: 3
24. Sambalpur: 4
25. Sonepur: 2
26. Sundargarh: 8
27. State Pool: 52New recoveries: 477
Cumulative tested: 20952333
Positive: 1034276
Recovered: 1020645
Active cases: 5299— I & PR Department, Odisha (@IPR_Odisha) October 15, 2021
Details of cases confirmed as death due to Covid-19, after due completion of death audit process:
1.A 70 years old Female of Bhubaneswar who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) October 15, 2021
NOTE: This list does not reflect deaths occurring on a particular day. It gives details of past deaths for which the death audit process has been duly completed and the cause of death has been identified as due to Covid-19.
— H & FW Dept Odisha (@HFWOdisha) October 15, 2021
The post ରାଜ୍ୟରେ ପୁଣି ୬୬ ଛୁଆ କରୋନା ପଜିଟିଭ, ୫ ମୃତ appeared first on Odisha Reporter.
from Odisha Reporter https://ift.tt/3FNQWri
No comments:
Post a Comment