ଦଶହରାରେ ଆସିଲା ଦୁଃଖଦ ଖବର, ଆତଙ୍କୀଙ୍କ ଗୁଳିରେ ୨ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 14, 2021

ଦଶହରାରେ ଆସିଲା ଦୁଃଖଦ ଖବର, ଆତଙ୍କୀଙ୍କ ଗୁଳିରେ ୨ ଯବାନ ସହିଦ

ଶ୍ରୀନଗର: ଦଶହରା ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଥିବା ବେଳେ ସୀମାରୁ ଆସିଛି ଦୁଃଖଦ ଖବର। ଆତଙ୍କବାଦୀଙ୍କ ସହ ଲଢ଼େଇ କରି ୨ ଜଣ ବୀର ଯବାନ ପ୍ରାଣ ହରାଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧାର ସବ ଡିଭିଜନର ନାର ଖାସ ଜଙ୍ଗଲରେ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏପରି ଘଟଣା ଘଟିଛି।

ଆତଙ୍କୀଙ୍କ ଗୁଳିରେ ସହିଦ ହୋଇଥିବା ୨ ଯବାନଙ୍କ ମଧ୍ୟରେ ଜଣେ ଜିସିଓ ରହିଛନ୍ତି। ସେହିପରି ଆଉ ୩ ଜଣ ଯବାନ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ପୁଞ୍ଚ ଓ ରଜୌରୀ ମଧ୍ୟରେ ଥିବା ଜଙ୍ଗଲରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ଗୁରୁବାର ରାତିରେ ମିଳିଥିଲା। ସୋମବାର ଯେଉଁ ଆତଙ୍କୀମାନେ ପୁଞ୍ଚ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିଥିଲେ ସେମାନେ ଉକ୍ତ ଜଙ୍ଗଲରେ ଲୁଚି ଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ହଠାତ୍‌ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ କିଛି ଯବାନ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଜିସିଓ ଓ ଅନ୍ୟ ଜଣେ ଯବାନ ପ୍ରାଣ ହରାଇଛନ୍ତି।


ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ରଜୌରୀ ଓ ପୁଞ୍ଚ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଗାଡ଼ି ଚଳାଚଳ ବନ୍ଦ କରିଦିଆଯାଇଛି। ଉକ୍ତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିମ୍ବେର ଗଲି ଓ ସୁରାନକୋଟେ ମଧ୍ୟରେ ସମସ୍ତ ପ୍ରକାରର ସାଧାରଣ ଯାତାୟାତକୁ ବନ୍ଦ କରାଯାଇଛି।

ଅନ୍ୟପକ୍ଷରେ କୁପୱାଡାରେ ବିଏସ୍‌ଏଫର ୧୭୨ ବାଟାଲିୟନ ଓ ଏସ୍ଓଜି ପକ୍ଷରୁ କରାଯାଉଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ ହୋଇଛି। ଏଠାରେ ଥିବା ଗୋଟିଏ ଜଙ୍ଗଲରୁ ଯବାନମାନେ ଗୋଟିଏ ଏକେ-୪୭ ବନ୍ଧୁକ, ୪ଟି ମାଗାଜିନ, ୭୨୦ ରାଉଣ୍ଡ ଗୁଳି, ୩ଟି ୱେୟାର ଲେସ୍‌ ସେଟ୍ସ, ୮ଟି ଡିଟେନେଟୋର, ୩ଟି ଚାଇନିଜ ହ୍ୟାଣ୍ତ ଗ୍ରେନଡ ଓ ଗୋଟିଏ କମ୍ପାସ ଠାବ କରିଛନ୍ତି।

The post ଦଶହରାରେ ଆସିଲା ଦୁଃଖଦ ଖବର, ଆତଙ୍କୀଙ୍କ ଗୁଳିରେ ୨ ଯବାନ ସହିଦ appeared first on Odisha Reporter.



from Odisha Reporter https://ift.tt/3vmbJxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages