ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 14, 2021

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା ଲୋଇଗାଁ ଛକ ନିକଟରେ ଅଜଣାଗାଡ଼ି ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ମୁଷାଡ଼ ଗାଁର ଝାଣ୍ଟୁ ଚରଣ ବେହେରା ଓ ବ୍ରାହ୍ମଣୀ ଗାଁର ଝାଣ୍ଟୁ ଭୋକ୍ତା। ଉଭୟ ଦୁଇ ବନ୍ଧୁ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁଘର୍ଟଣା ଘଟିଥିଲା।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁଇ ବନ୍ଧୁ ବାଇକ୍‌ ଯୋଗେ ବୌଦ୍ଧରୁ ନିଜ ଘରକୁ ଫେରୁ ଥିଲେ। ଏହି ସମୟରେ ବିପରୀତ ଦିଗ ଆଡୁ ଆସୁଥିବା ଏକ ଅଜଣାଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ବୌଦ୍ଧ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।  ଆମ୍ବୁଲାନ୍ସ ଯୋଗେ ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଆଜି  ଉଭୟଙ୍କ ମୃତଦେହ  ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ପୁଲିସ ଘଟଣାର ତଦନ୍ତ କରୁଛି।

The post ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3lJgmhD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages