ଦିନକ ପରେ ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଭୁବନେଶ୍ୱରରେ କମିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ଦିନକ ପରେ ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଭୁବନେଶ୍ୱରରେ କମିଲା

ନୂଆଦିଲ୍ଲୀ: ଗୋଟିଏ ଦିନର ବିରାମ ପରେ ମଙ୍ଗଳବାର ପୁଣିଥରେ ଦେଶରେ ବଢ଼ିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର। ଦୀର୍ଘ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ ରେକର୍ଡ ସ୍ତରରେ ଥିବା ବେଳେ ଏବେ ନୂଆ ଦରବୃଦ୍ଧି ଖାଉଟିଙ୍କୁ ଚିନ୍ତା ବଢ଼ାଇ ଦେଇଛି। ତେଲ ସାଙ୍ଗକୁ ଗ୍ୟାସ ଦର ମଧ୍ୟ ବଢ଼ୁଛି। ଫଳରେ ଲୋକମାନେ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଛନ୍ତି।

ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୨୫ ପଇସା ଓ ଡିଜେଲର ଲିଟର ପିଛା ଦାମ ୩୦ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ଦିଲ୍ଲରେ ପେଟ୍ରୋଲ ଦାମ ୧୦୨.୬୪ ଟଙ୍କା ଓ ମୁମ୍ବାଇରେ ଏହା ୧୦୮.୬୭(୨୪ ପଇସା ବଢ଼ି) ଟଙ୍କା ହୋଇ ଯାଇଛି।

ଡିଜେଲର ଲିଟର ପିଛା ଦାମ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଆଜି ସକାଳୁ ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୯୧.୦୭ ଟଙ୍କା ଓ ମୁମ୍ବାଇରେ ୯୮.୮୦(୩୨ ପଇସା ବଢ଼ି) ଟଙ୍କା ଛୁଇଁଛି। କୋଲକାତାରେ ପେଟ୍ରୋଲ ଲିଟର ୧୦୩.୩୬ ଓ ଡିଜେଲ ୯୪.୧୭ ଟଙ୍କାରେ ବିକ୍ରି ହେଉଛି। ଚେନ୍ନାଇବାସୀ ମଧ୍ୟ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଛନ୍ତି। ଏଠାରେ ପେଟ୍ରୋଲ ଲିଟରକୁ ଲୋକମାନେ ୧୦୦.୨୩ ଟଙ୍କା ଓ ଡିଜେଲ ୯୫.୫୯ ଟଙ୍କା ଦେଇ କିଣୁଛନ୍ତି।

ଗୁଡ ରିଟର୍ନସର ରିପୋର୍ଟ ଅନୁଯାୟୀ, ସୋମବାର ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଏହା ଯଥାକ୍ରମେ ୪୦ ଓ ୩୯ ପଇସା ବଢ଼ିଥିଲା। ହେଲେ ଆଜି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୧୫ ପଇସା ଓ ଡିଜେଲ ୬ ପଇସା ଶସ୍ତା ହୋଇଛି।

ସୋମବାର ପେଟ୍ରୋଲର ଲିଟର ପିଛା ଦାମ ୧୦୩.୬୭ ଟଙ୍କା ଥିଲା ବେଳେ ଆଜି ଏହା ୧୦୩.୫୨ ଟଙ୍କାକୁ ହ୍ରାସ ପାଇଛି। ସେହିପରି ଡିଜେଲ ଲିଟର ପିଛା ୯୯.୩୭ ଟଙ୍କା ଥିବା ବେଳେ ଆଜି ଏହା ୯୯.୩୧ ଟଙ୍କାକୁ ଖସିଛି।

The post ଦିନକ ପରେ ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଭୁବନେଶ୍ୱରରେ କମିଲା appeared first on Odisha Reporter.



from Odisha Reporter https://ift.tt/3iwYuVl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages