କଳାହାଣ୍ଡି(ରାଜ କୁମାର ସିଂଦେଓ): ୧୧ ଲକ୍ଷ ଟଙ୍କାର ଛତୁଆ ବିଲ୍ ପାସ୍ କରାଇ ଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଡିପିଓ । ହେଲେ ଧରିଦେଲା ଭିଜିଲାନ୍ସ। ଟଙ୍କା ଜବତ କରିବା ସହ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସିଡ଼ିପିଓ ମୀନା କୁମାରୀ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍।
ସୂଚନା ଅନୁଯାୟୀ, ବ୍ଲକର ୫ଟି ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ ପାସ୍ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସିଡିପିଓ। ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏ ସମ୍ପର୍କରେ ଭିଜଲାନ୍ସକୁ ଖବର ଦେଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ସେମାନେ ୮୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଜୟପୁର ଓ ଭବାନୀପାଟଣାରୁ ଆସିଥିବା ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଚଢ଼ାଉ କଲା। ଚଢ଼ାଉ ସମୟରେ ସିଡିପିଓଙ୍କଠାରୁ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ।
ଏହାବାଦ ତାଙ୍କ ନିକଟରୁ ୧୪ ହଜାର ଟଙ୍କାର ଏକ ଚିଠା ମିଳିଛି । ଯେଉଁଥିରେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରଠାରୁ ଟଙ୍କା କାରବାର ସମ୍ପର୍କରେ ତଥ୍ୟ ରହିଛି । ଏଥିସହ ଭିଜିଲାନ୍ସ ଟିମ୍ ସିଡିପିଓଙ୍କ ଭବାନୀପାଟଣାସ୍ଥିତ ନକ୍ଟିଗୁଡ଼ାର ବାସଭବନରେ ଚଢ଼ାଉ କରି ଯାଞ୍ଚ କରିଛି । ଆଜି ସିଡିପିଓଙ୍କୁ କୋର୍ଟ ଚାଲାଣ କରାଯିବ ।
The post ଛତୁଆ ପାଇଁ ୮୦ ହଜାର ଲାଞ୍ଚ ନେଉଥିଲେ ସିଡିପିଓ , ଧରିଲା ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/3oCGvAv
No comments:
Post a Comment