ବାରିପଦା(ମାଣିକ ଲାଲ ପାଣି): ମେଡିକାଲକୁ ଭଲ ହେବାକୁ ଯାଇଥିବା ରୋଗୀ ସେଠାରେ ଗୁରୁତର ହୋଇପଡ଼ିଲେ। ଛାତରୁ ସ୍ଲାବ ଖସି ମୁଣ୍ଡ ଉପରେ ପଡ଼ିବାରୁ ରୋଗୀଜଣକ ଏବେ କୋମାରେ ଅଛନ୍ତି। ଏହାସତ୍ତ୍ୱେ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ହେଉଛି । ରୋଗୀଙ୍କୁ ସବୁବେଳେ ଉତ୍ତମ ଚିକିତ୍ସା ଯୋଗାଇବାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏପରି ବିକଳ ଚିତ୍ର ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି। ଫଳରେ ବାଧ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ୍ ବିଭାଗର ପୁରୁଷ ଓ୍ୱାର୍ଡ ବାରଣ୍ଡାରେ ୨ ଦିନ ହେବ ଜଣେ ରୋଗୀ ଚିକିତ୍ସିତ ହେଉଥିଲେ। ହେଲେ ହଠାତ୍ ମେଡିକାଲ ଛାତରୁ ଏକ ଅତଡ଼ା ଖସି ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ରୋଗୀଜଣକ କୋମାକୁ ଚାଲି ଯାଇଛନ୍ତି।
ବାରିପଦା ମେଡିକାଲରେ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିବା ପରେ ମେଡିକାଲ ପକ୍ଷରୁ ତାଙ୍କୁ ଗତକାଲି କଟକ ରେଫର କରାଯାଇଛି। ବାରିପଦା ମେଡିକାଲ ତରଫରୁ ଆମ୍ବୁଲାନ୍ସ ଯୋଗେ ଗତ ରାତିରେ ସମ୍ପୃକ୍ତ ରୋଗୀଙ୍କୁ କଟକ ପଠାଯାଇଛି। ଏଥିସହ ତାଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ରଘୁନାଥ ମୁର୍ମୂ ମେଡିକାଲ ସୁପରିଟେଣ୍ଟେଣ୍ଟ କଟକ ଏସ୍ସିବି ସୁପରିଟେଣ୍ଟେଣ୍ଟଙ୍କ ସହ କଥା ହୋଇଥିବା ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଶାନ୍ତ ହୋଇଥିବା ଜଣାଯାଇଛି।
ମେଡିକାଲ କଲେଜ ଓ ହସ୍ପିଟାଲର ଅନେକ କୋଠାର ଛାତ ଏଭଳି ସ୍ଥିତିରେ ଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏନେଇ ରୋଗୀଙ୍କ ସମ୍ପର୍କୀୟ ସୈଜଲ ମଲ୍ଲିକ କହିଛନ୍ତି, ଡାକ୍ତରଙ୍କ ପାଖକୁ ଦୌଡ଼ାଦୌଡ଼ି କରି ନିରାଶ ହେଲୁ । ମେଡିକାଲରେ ସ୍ଲାବ ପଡ଼ି କୋମାକୁ ଚାଲିଯିବା ସତ୍ତ୍ୱେ ଡାକ୍ତର ସେପରି ଯତ୍ନ ନେଉ ନାହାନ୍ତି। କୋମାରେ ଅଛନ୍ତି। ଏନେଇ ଥାନାରେ ଏଫଆଇଆର ଦେଇଛୁ । ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
The post ମେଡିକାଲ ଛାତରୁ ଖସିଲା ସ୍ଲାବ, କୋମାରେ ରୋଗୀ appeared first on Odisha Reporter.
from Odisha Reporter https://ift.tt/3l8xWev
No comments:
Post a Comment