ସହିପାରିଲେନି ପତ୍ନୀଙ୍କ ମୃତ୍ୟୁ, ୪ ପିଲାଙ୍କ ସହ ଆତ୍ମହତ୍ୟା କଲେ ପୂର୍ବତନ ସେନାଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ସହିପାରିଲେନି ପତ୍ନୀଙ୍କ ମୃତ୍ୟୁ, ୪ ପିଲାଙ୍କ ସହ ଆତ୍ମହତ୍ୟା କଲେ ପୂର୍ବତନ ସେନାଧିକାରୀ

କର୍ଣ୍ଣାଟକ: ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇ ଚାଲିଗଲେ ପତ୍ନୀ। ପତ୍ନୀଙ୍କ ମୃତ୍ୟୁ ସହିପାରିଲେନି ପୂର୍ବତନ ସେନା ଅଧିକାରୀ। ଶେଷରେ ମାନସିକ ଭାରସାମ୍ୟ ହରାଇ ୪ ପିଲାଙ୍କ ସହ ସେ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ବେଲଗାଭି ଜିଲ୍ଲାର ହୁବେଇ ଅଞ୍ଚଳରେ।

ସୂଚନା ମୁତାବକ, ୪୬ ବର୍ଷୀୟ ର୍ବତନ ସେନାଧିକାରୀ ଗୋପାଳ ହାଦିମାନି ଏବଂ ତାଙ୍କର ଚାରି ପିଲା- ସୌମ୍ୟା, ଶ୍ୱେତା, ସାକ୍ଷୀ ଏବଂ ଶ୍ରୀଜନ ଶୁକ୍ରବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ପରଦିନ ସକାଳୁ ପରିବାରର କୌଣସି ବ୍ୟକ୍ତି ଡେରି ଯାଏଁ ନଉଠିବାରୁ ପଡୋଶୀ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ୫ଜଣଙ୍କ ମୃତଦେହ ଉଦ୍ଧାର କରିଛି।

ପଡୋଶୀଙ୍କ କହିବା ଅନୁସାରେ , ଗତ ଜୁଲାଇ ମାସରେ କୋଭିଡ ସଂକ୍ରମଣ ହେବା ପରେ ଗୋପାଳଙ୍କ ପତ୍ନୀ ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ସେବେଠୋରୁ ପରିବାରର ଅନ୍ୟ ସଦସ୍ୟମାନେ ଭାଙ୍ଗିପଡିଥିଲେ। ପ୍ରତିଦିନ ଗୋପାଳ ତାଙ୍କ ପତ୍ନୀଙ୍କୁ ଝୁରୁଥିଲେ। ପିଲାମାନେ ମଧ୍ୟ ମା’କୁ ମନେ ପକାଇ କାନ୍ଦୁଥିଲେ। ଶେଷରେ ଅସହ୍ୟ ହେବାରୁ ସେମାନେ ଏପରି ଚରମ ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି।

The post ସହିପାରିଲେନି ପତ୍ନୀଙ୍କ ମୃତ୍ୟୁ, ୪ ପିଲାଙ୍କ ସହ ଆତ୍ମହତ୍ୟା କଲେ ପୂର୍ବତନ ସେନାଧିକାରୀ appeared first on Odisha Reporter.



from Odisha Reporter https://ift.tt/2Zn84Ug

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages