ମମିତା ଖାଇଲେନି ମାଣିକେଶ୍ୱରୀଙ୍କ ରାଣ, ତଣ୍ଟି ଚିପିଦେଲା ଗୋବିନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 21, 2021

ମମିତା ଖାଇଲେନି ମାଣିକେଶ୍ୱରୀଙ୍କ ରାଣ, ତଣ୍ଟି ଚିପିଦେଲା ଗୋବିନ୍ଦ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଅନୈତିକ ପ୍ରେମ ସମ୍ପର୍କକୁ ବାହାରେ ପ୍ରଘଟ କରିଦେବାର ଧମକ କାଳ ହେଲା। ଶେଷରେ ଲୋକଲଜ୍ଜା ଭୟରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ତଣ୍ଟି ଚିପି ହତ୍ୟା କଲେ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦ ସାହୁ ।  ହେଲେ ମମିତାଙ୍କୁ ହତ୍ୟା କରିବାଠୁ ଆରମ୍ଭ କରି ଶବ ପୋଡ଼ିବା ଓ ପୋତିବା ପର୍ଯ୍ୟନ୍ତ ଏ ନେଇ କାହାକୁ ଅବଗତ କରାଇ ନ ଥିଲେ ଗୋବିନ୍ଦ। ନିଜ ସାଥୀମାନଙ୍କ ଦ୍ୱାରା କାମ କରାଉଥିଲା, ହେଲେ ସେମାନଙ୍କୁ କାରନାମା ଜଣାଉ ନ ଥିଲେ।   ରିମାଣ୍ଡରେ ଆସି ଏପରି ଭାବେ ନିଜ ପାପ କାହାଣୀର ସତ ବଖାଣିଛନ୍ତି ଗୋବିନ୍ଦ।

ଗତକାଲି ବଂଗୋମୁଣ୍ଡା କୋର୍ଟରେ ହାଜର ହେବା ପରେ ୫ ଦିନିଆ ରିମାଣ୍ଡରେ ଆସି ଏପରି ଚାଞ୍ଚଲ୍ୟକର ତଥ୍ୟ ବଖାଣିଛି ଗୋବିନ୍ଦ। ଗୋବିନ୍ଦକୁ କୋର୍ଟରୁ ସିଧାସଲଖ ଏସ.ପି ଅଫିସକୁ ଅଣାଯାଇ ରାତି ତମାମ ମାରାଥନ ଜେରା କରାଯାଇଥିଲା । ଖୋଦ ଉତ୍ତରାଂଚଳ ଡି.ଆଇ.ଜି ଦୀପକ କୁମାର ସେଠାରେ ଡେରା ପକାଇଥିବା ବେଳେ ତାଙ୍କ ପ୍ରଶ୍ନବାଣରେ ଗୋଟିଏ ଗୋଟିଏ ପରେ ସତର ଖୁଲାସା କରୁଛି ଗୋବିନ୍ଦ। କୋର୍ଟରୁ ଅଣାଯାଇଥିବାରୁ ନିୟମ ମୁତାବକ ବିଲମ୍ୱିତ ରାତିରେ ଗୋବିନ୍ଦକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ପୋଲିସ ।

ଗୋବିନ୍ଦଙ୍କ କହିବାନୁଯାୟୀ,  ମମିତା ତାଙ୍କ ଗୁମର ଜାଣିଥିବା ବେଳେ ଏହା ବାହାରେ ପ୍ରଘଟ ହେଲେ ଲୋକଲଜ୍ଜା ଭୟରେ ମୁଣ୍ଡ ଟେକିପାରିବେନି ବୋଲି ତାଙ୍କୁ ଚିନ୍ତା ଘାରିଥିଲା।  ତେଣୁ ଏହାକୁ ବାହାରେ କାହାକୁ ନ କହିବାକୁ ମମିତାଙ୍କୁ ନେହୁରା ବି ହୋଇଥିଲେ। ହେଲେ ସେ ଏହାକୁ ଏଡ଼ାଇ ଯାଇଥିଲେ। ଏହାପରେ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଗୋବିନ୍ଦ।

ଶେଷ ଥର ପାଇଁ ମମିତା ସେପ୍ଟେମ୍ବର ୨୧ରେ ହଷ୍ଟେଲକୁ ଆସିଥିଲେ।  ସେହିଦିନ ହିଁ ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ଗୋବିନ୍ଦ । କିନ୍ତୁ ମମିତା ସାଙ୍ଗମାନଙ୍କ ସହ ଥିବାରୁ ଉଦ୍ଦେଶ୍ୟ ସଫଳ ହୋଇପାରି ନ ଥିଲା। ପୁଣି ଥରେ ଘରୁ ଡକାଇ ହତ୍ୟା କରିବାର ଯୋଜନା କରିଥିଲା । ହେଲେ ସଫଳ ହୋଇପାରି ନ ଥିଲା।

ଏହାପରେ ଅକ୍ଟୋବର ୭ ତାରିଖରେ ମିଟିଂ ଅଛି କହି ୬ ତାରିଖରେ ମମିତାଙ୍କୁ ଫୋନ୍‌ କରି ଡାକିଥିଲା। ମାତ୍ର ଏହା ପୁଣିଥରେ ୮ ତାରିଖକୁ ଘୁଞ୍ଚାଇ ଦିଆଗଲା ବୋଲି କହିଥିଲେ। ଏହାପରେ ୮ ତାରିଖରେ ମମିତା ପହଞ୍ଚିବା ପରେ   ଭବାନୀପାଟଣାରେ ସପିଂ କରାଇଥିଲା ଗୋବିନ୍ଦ। ଏହାପରେ ମାଣିକେଶ୍ୱରୀ ପୀଠରେ ଗୁମର ନ ଫିଟାଇବାକୁ ଶପଥ ନେବାକୁ କହିଥିଲା। ମାତ୍ର ମମିତା ଏହାକୁ ପ୍ରତ୍ୟାଖାନ କରିଦେବାରୁ କ୍ରୋଧିତ ହୋଇପଡ଼ିଲା ଗୋବିନ୍ଦ।

ବାଟରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ କୁରସୁର ନିକଟରେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ। ଏହାପରେ ଦିନ ପ୍ରାୟ ୧୧ଟାରେ ମମିତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ଗାଡ଼ିରେ ମୃତଦେହକୁ ଘରକୁ ନେଇ ଯାଇଥିଲା ଗୋବିନ୍ଦ। ଘରେ ଖାଇପିଇ ରହିଥିଲା।

। ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରେ ଗାତ ବି ଖୋଳିଦେଇଥିଲା।  ଏହାପରେ ଜେସିବି ଡ୍ରାଇଭର ରାଧେଙ୍କୁ ଫୋନ୍‌ କରି ଷ୍ଟାଡିୟମର ପଛ ଗେଟ୍‌ ଖୋଲା ରଖିବାକୁ କହିଥିଲେ। ଏହାପରେ କାର୍‌ ନେଇ ଭିତରେ ପଶିଥିଲା।  ଏପରିକି ସବୁ କିଛି ଠିକଠାକ୍‌ ଥିବାର ଅଭିନୟ କରି ଖାଇପିଇ ରହିଥିଲା।  ଉକ୍ତ ଗାତରେ କିଛି ଟାୟାର ପକାଇବାକୁ ରାଧେକୁ କହିଥିବା ବେଳେ କାଠଗଣ୍ଡି ରଖିବାକୁ ମୁନସୀକୁ କହିଥିଲେ। ଏହାବାଦ ନିଜେ କାର୍ଡବୋର୍ଡ ରଖିଥିଲେ। ଏନେଇ ରାଧେ ଓ ମୁନସୀ ପଚାରିବାରୁ ଷ୍ଟାଡିୟମର ଆବର୍ଜନା ଜିନିଷ ସେଠାରେ ପୋଡ଼ାଯିବ ବୋଲି କହିଥିଲେ। ଏହାପରେ ରାତିରେ ନିଜେ ମୃତଦେହ ପୋଡ଼ିବା ଓ ପୋତିବା କାମ କରିଥିଲେ। ହେଲେ ଏ ସମ୍ପର୍କରେ କେହି ସୁରାଗ ପାଇପାରି ନ ଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି ଗୋବିନ୍ଦ।

ମମିତାଙ୍କୁ ହତ୍ୟାଠୁ ଆରମ୍ଭ କରି ପୋତିବା ପର୍ଯ୍ୟନ୍ତ କୌଣସି ଅସ୍ତ୍ରର ବ୍ୟବହାର କରାଯାଇ ନାହିଁ। ତଣ୍ଟି ଚିପି ହିଁ ଗୋବିନ୍ଦ ନେଇଛି ମମିତା ଜୀବନ ।  ସବୁ କାମ ନିଜେ କରିଥିବା ଗୋବିନ୍ଦ କହୁଥିବା ବେଳେ ଏହାକୁ କିନ୍ତୁ ସହଜେ ବିଶ୍ୱାସ କରିପାରୁନି ପୁଲିସ୍‌। ହେଲେ ଅନ୍ୟ କାହା ସମ୍ମୁଖରେ ସତ କହିଲେ, ଭବିଷ୍ୟତରେ ସେ ଏହାକୁ ବାହାରେ ପ୍ରଘଟ କରିଦେବାର ଆଶଙ୍କା ଥିବା ତଥା ବ୍ଲାକମେଲ୍‌ କରିବା ଆଶଙ୍କା ଥିବା କହିଥିଲା ଗୋବିନ୍ଦ । ତେଣୁ ନିଜ ସହଯୋଗୀଙ୍କୁ କାମ ଦେଉଥିଲା, କିନ୍ତୁ ସେମାନଙ୍କୁ କାରନାମା ଜଣାଉ ନ ଥିବା ବୋଲି କହିଛି ଗୋବିନ୍ଦ।

ପୁଲିସ୍‌ ଏବେ ବିଭିନ୍ନ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ବେଳେ ମମିତାଙ୍କ ମୋବାଇଲ ଓ ପେନ୍‌ ଡ୍ରାଇଭ ତଥା ହତ୍ୟା ଦିନ ସପିଂ କରିଥିବା ଜିନିଷକୁ ପାଇପାରି ନାହିଁ। ମମିତାଙ୍କୁ ପୋତିଥିବା ଗାତରେ ହିଁ ଏହି ସମସ୍ତ ସାମଗ୍ରୀ ଫୋପାଡ଼ି ଦେଇଥିବା କହିଛି ଗୋବିନ୍ଦ। ଏହାକୁ ଜବତ କରିବାକୁ ଆଜି ଖୋଦ୍‌ ଡିଆଇଜି ଓ ବଲାଙ୍ଗିର ଏସ୍‌ପି ସ୍ପଟ୍‌ ଭେରିଫିକେସନ୍‌ରେ ଯାଇଛନ୍ତି।  କିନ୍ତୁ ସିନ୍‌ ରିକ୍ରିଏଟ ପାଇଁ ଆଜି ଗୋବିନ୍ଦକୁ ନିଆଯାଇ ନ ଥିବା ଜଣାଯାଇଛି।

The post ମମିତା ଖାଇଲେନି ମାଣିକେଶ୍ୱରୀଙ୍କ ରାଣ, ତଣ୍ଟି ଚିପିଦେଲା ଗୋବିନ୍ଦ appeared first on Odisha Reporter.



from Odisha Reporter https://ift.tt/3joFHvP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages