ପାଣାଜୀ: ଭାରତର ପ୍ରସିଦ୍ଧ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ଆଜି ଗୋଆରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗ ଦେଇଛନ୍ତି। ଟିଏମ୍ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି।
ଏହି ଅବସରରେ ମମତା କହିଥିଲେ, ଲିଆଣ୍ଡର ପେସ୍ ମୋ ସାନ ଭାଇ ଭଳି। ସେ ଟିଏମ୍ସିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସ୍। ମୁଁ ତାଙ୍କୁ ବହୁ ଦିନରୁ ଜାଣିଛି।
ଲିଆଣ୍ଡରଙ୍କ ଭଳି ଆଜି ଅଭିନେତ୍ରୀ ନଫୀସା ଅଲୀ ମଧ୍ୟ ଟିଏମ୍ସିରେ ଯୋଗ ଦେଇଛନ୍ତି। ସେହି ଏକା କାର୍ଯ୍ୟକ୍ରମରେ ସେ ଟିଏମ୍ସିରେ ଯୋଗ ଦେଇଥିଲେ।
ମମତା ବାନାର୍ଜୀ ତିନି ଦିନିଆ ଗୋଆ ଗସ୍ତରେ ଅଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଆସି ଏଠାରେ ପହଞ୍ଚିଥିଲେ। ସେ ଏଠାରେ ଟିଏମ୍ସି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ତାଙ୍କୁ ହିନ୍ଦୁ ବିରୋଧୀ ବୋଲି କହୁଛି। ତାଙ୍କ ଚରିତ୍ରକୁ ନେଇ ପ୍ରମାଣପତ୍ର ଦେବା ଅଧିକାର ବିଜେପିର ନାହିଁ। ତାଙ୍କ ପାର୍ଟି ଟିଏମ୍ସି- ମନ୍ଦିର, ମସ୍ଜିଦ୍ ଓ ଚର୍ଚ୍ଚ ପାଇଁ ଉଦ୍ଦିଷ୍ଟ। ତାଙ୍କ ଦଳ ଲୋକଙ୍କୁ ଧର୍ମ ଆଧାରରେ ଭାଗ କରେ ନାହିଁ।
ଆସନ୍ତାକାଲି ମମତା ପାଣାଜୀରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। କୁହାଯାଉଛି, ଗୋଆରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତା’କୁ ଦୃଷ୍ଟିରେ ରଖି ମମତା ଏଠାକୁ ଆସିଛନ୍ତି। ଦଳ ଏହି ନିର୍ବାଚନରେ ସମସ୍ତ ୪୦ଟି ବିଧାନସଭା ଆସନରୁ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି।
The post ରାଜନୀତିରେ ପାଦ ଥାପିଲେ ଲିଆଣ୍ଡର ପେସ୍ appeared first on Odisha Reporter.
from Odisha Reporter https://ift.tt/2ZK5bwO
No comments:
Post a Comment