ଆବଶ୍ୟକ ସାମଗ୍ରୀ: ବେସନ-୨୫୦ ଗ୍ରାମ, ଘିଅ-୨୦୦ ଗ୍ରାମ, କ୍ଷୀର-୪୫ ଗ୍ରାମ, ଚିନି-୧ କପ୍, କେଶର, ଗୁଜରାତି, ଡ୍ରାଏ ଫ୍ରୁଟସ୍, ବଟର ପେପର ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବେସନ ନେଇ ସେଥିରେ ଏକ ଟେବୁଲ ସ୍ପୁନ୍ ବା ୪୫ ଗ୍ରାମ ଘିଅ ମିଶାନ୍ତୁ। ଏହାକୁ ୨ ହାତରେ ଭଲ ଭାବେ ମିଶାନ୍ତୁ। ଏହାପରେ କ୍ଷୀର ମିଶାଇ ଭଲ ଭାବେ ମିଶାନ୍ତୁ। ଏହାପରେ ବେସନକୁ ୫ରୁ ୧୦ ମିନିଟ୍ ରଖି ଦିଅନ୍ତୁ।
ଏହାପରେ ଘିଅ ୧୫୦ ଗ୍ରାମ ଏକ ପ୍ୟାନ୍ରେ ନେଇ ବେସନକୁ ମିଶାଇ ଦିଅନ୍ତୁ। ଏହାପରେ ଗ୍ୟାସକୁ ମିଡିୟମ ଫ୍ଲେମ୍ର ରଖି ଏହାକୁ ଲଗାତର ଗୋଳାନ୍ତୁ। ଏହାକୁ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଶେଷ ୧ ମିନିଟ୍ ଗ୍ୟାସ୍ ଫ୍ଲେମ୍କୁ ହାଇ କରି ଦିଅନ୍ତୁ। ଫଳରେ ବେସନର ରଙ୍ଗ ବଦଳି ବାଦାମୀ ରଙ୍ଗ ହୋଇଯିବ । ଏହାପରେ ସେଥିରେ କ୍ଷୀର ଅଧା କପ ମିଶାଇ ତାହାକୁ ଘାଣ୍ଟି ଦିଅନ୍ତୁ।
ଏହାପରେ ଏକ ପାତ୍ରରେ ୧ କପ୍ ଚିନି, ତିନି ଚତୁର୍ଥାଶଂ ପାଣି ମିଶାଇ ଗ୍ୟାସ୍ ଅନ୍ କରନ୍ତୁ। ଏହା ଧିରେ ଧିରେ ଫୁଟି ସିରା ପ୍ରସ୍ତୁତ ହୋଇଯିବ। ସେଥିରେ କିଛି କେଶର ଓ କିଛି ଗୁଜରାତି ମିଶାଇ ଦିଅନ୍ତୁ। ଏହାକୁ ବେସନରେ ମିଶାଇ ଗ୍ୟାସ୍ ଅନ୍ କରି ଗୋଳାଇ ଦିଅନ୍ତୁ। ଏହାକୁ ୨ରୁ ୩ ମିନିଟ ଗୋଳାଇ ଦିଅନ୍ତୁ।
ଏହାପରେ ଏକ ପାତ୍ର ଉପରେ ବଟର ପେପର ରଖି ତା’ ଉପରେ ବେସନର ମିଶ୍ରଣକୁ ରଖି ଦିଅନ୍ତୁ। ଏହାକୁ ପ୍ରାୟ ୩ ଘଣ୍ଟା ପାଖାପାଖି ରଖି ଦିଅନ୍ତୁ। ଏହା ଉପରେ ନିଜ ମନ ପସନ୍ଦର ଡ୍ରାଏ ଫ୍ରୁଟସ୍ ଦେଇ ସଜାଇ ପାରିବେ। ଏହାପରେ ଏହାକୁ ନିଜ ମନ ପସନ୍ଦର ସାଇଜ ଦେଇ କଟ କରି ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମୋହନ ଥାଲ ।
The post ଏଥର ଦିପାବଳୀରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ମୋହନଥାଲ୍’ appeared first on Odisha Reporter.
from Odisha Reporter https://ift.tt/3Gu8fOi
No comments:
Post a Comment