ଇସଲାମାବାଦ: ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ପରିବେଶ ଜନିତ ସମସ୍ୟା ଓ ଏହାର କୁପ୍ରଭାବକୁ ରୋକିବାରେ ଭାରତ ବିଫଳ ହୋଇଛି। ଭାରତ ସମେତ ପାକିସ୍ତାନ ମଧ୍ୟ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଆମେରିକାର ଅଫିସ୍ ଅଫ୍ ନ୍ୟାସନାଲ ଇଣ୍ଟେଲିଜେନ୍ସ (ODNI)ର ଏକ ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି।
ଏଥିରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ସୃଷ୍ଟି ହୋଇଥିବା ପରିବେଶ ଓ ସାମାଜିକ ସଙ୍କଟକୁ ମୁକାବିଲା କରିବାରେ ଅତ୍ୟନ୍ତ ଦୁର୍ବଳ ରହିଥିବା ୧୧ଟି ଦେଶ ମଧ୍ୟରେ ଭାରତ ଓ ପାକିସ୍ତାନ ରହିଛନ୍ତି। ଭାରତ ଓ ପାକିସ୍ତାନ ବ୍ୟତୀତ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ମିଆଁମାର, ଇରାକ, ଉତ୍ତର କୋରିଆ, ଗୁଏତମାଲା, ହାଇତି, ହୋଣ୍ଡୁରାସ, ନିକାରାଗୁଆ ଓ କଲମ୍ବିଆ ରହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟାର ମୁକାବିଲା କରିବାରେ ଏହି ରାଷ୍ଟ୍ରଗୁଡ଼ିକ ବେଶ ପଛରେ ରହିଛନ୍ତି।
ଉତ୍ତାପ, ମରୁଡ଼ି, ଜଳ ଉପଲବ୍ଧତା ଓ ପ୍ରଭାବହୀନ ସରକାର ଭଳି ସମସ୍ୟାର ମୁକାବିଲା କରିବା ପାଇଁ ଉରୋକ୍ତ ଦେଶଗୁଡ଼ିକ ପାଖରେ ମୌଳିକ ସୁବିଧା ତଥା ଉପକରଣ ନଥିବାରୁ ଏଗୁଡ଼ିକ ଚିନ୍ତା ବଢ଼ାଇବା ଭଳି ଦେଶ ତାଲିକାରେ ରଖାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନ ସ୍ଥିତି ସବୁଠାରୁ ଅଧିକ ଚିନ୍ତାର ବିଷୟ।
ଏଠାରେ ଉତ୍ତାପ, ମରୁଡ଼ି ଓ ଜଳ ଉପଲବ୍ଧତା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାବାଦ ଭାରତ ଓ ଦକ୍ଷିଣ ଏସିଆରେ ଜଳ ବିବାଦ ମଧ୍ୟ ଏକ ପ୍ରମୁଖ ଜିଓପଲଟିକାଲ ଫ୍ଲାଶପଏଣ୍ଟ ଭାବେ ଉଭା ହୋଇଛି। ODNI ପୂର୍ବାନୁମାନ କରିଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବ ଓ ଭୌଗଳିକ ତିକ୍ତତା ସୃଷ୍ଟି କରିବ।
ଏହା ଆମେରିକା ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ। ଦକ୍ଷିଣ ଏସିଆରେ ଜଳ ଅଭାବ ଏବେ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ କେବଳ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉନାହିଁ ବରଂ ଚାଷ ଜମି ଶୁଖିବା କାରଣରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜଳବାୟୁ ଜନିତ ସମସ୍ୟାରୁ ମୁକୁଳିବା ପାଇଁ ଦକ୍ଷିଣ ଏସିଆର ଏକମାତ୍ର ନେତାମାନେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୧୦ ମିଲିୟନ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହାକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପ୍ରଶଂସା କରାଯାଇଛି। ଏପରି ପଦକ୍ଷେପ ଅନ୍ୟ ରାଷ୍ଟ୍ରଗୁଡ଼ିକ ନେବା ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି।
The post ଜଳବାୟୁ ପରିବର୍ତ୍ତନ: ପ୍ରଭାବିତ ତାଲିକାରେ ଭାରତ-ପାକିସ୍ତାନ appeared first on Odisha Reporter.
from Odisha Reporter https://ift.tt/2ZaY1kS
No comments:
Post a Comment