ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ବଡ଼ ଘୋଷଣା କରି ଚାଲିଛି କଂଗ୍ରେସ। ପୂର୍ବରୁ ୨୦ ଲକ୍ଷ ନିଯୁକ୍ତି, ଋଣ ଛାଡ଼, ମାଗଣା ସ୍ମାର୍ଟଫୋନ ଓ ସ୍କୁଟ କଥା ଘୋଷଣା କରିଥିବା କଂଗ୍ରେସ ଏବେ ଆଉ ଏକ ବଡ଼ ପ୍ରତିଶ୍ରୁତି ଦେଇଛି।
ଯଦି କଂଗ୍ରେସ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବ, ତା’ହେଲେ ଦଳ ପକ୍ଷରୁ ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ। ଏ ସମ୍ପର୍କରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜେ ଘୋଷଣା କରିଛନ୍ତି। ଏଥିସହ ସେ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ଗୋଟିଏ ଟ୍ୱିଟରେ ସେ କହିଛନ୍ତି, “ମହାମାରୀ କରୋନା ଓ ବର୍ତ୍ତମାନ ପ୍ରଦେଶରେ ବ୍ୟାପିଥିବା ଜ୍ୱର ସମୟରେ ସରକାରୀ ଅବହେଳା ଯୋଗୁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସମସ୍ତେ ଦେଖିଛନ୍ତି। ତେଣୁ ୟୁପି କଂଗ୍ରେସ ତା’ର ଘୋଷଣାପତ୍ର କମିଟିର ଅନୁମତେ କ୍ରମେ ସମସ୍ତଙ୍କୁ ମାଗଣା ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ସରକାର ଗଠନ କରିବା ମାତ୍ରେ ସବୁ ରୋଗର ଚିକିତ୍ସା ମାଗଣାରେ କରାଯିବ। କଂଗ୍ରେସ ସରକାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦେବେ।”
कोरोना काल में और अभी प्रदेश में फैले बुखार में सरकारी उपेक्षा के चलते उप्र की स्वास्थ्य व्यवस्था की जर्जर हालत सबने देखी।
सस्ते व अच्छे इलाज के लिए घोषणापत्र समिति की सहमति से यूपी कांग्रेस ने निर्णय लिया है कि सरकार बनने पर
‘कोई भी हो बीमारी
मुफ्त होगा 10 लाख तक इलाज सरकारी।’ pic.twitter.com/wJbTZXbjmk— Priyanka Gandhi Vadra (@priyankagandhi) October 25, 2021
ଏହାପୂର୍ବରୁ ଉତ୍ତର ପ୍ରଦେଶର ବାରବାଙ୍କିରେ କଂଗ୍ରେସ ପକ୍ଷରୁ ଆୟୋଜିତ ପ୍ରତିଜ୍ଞା ଯାତ୍ରାରେ ଯୋଗଦେଇ ପ୍ରିୟଙ୍କା ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ୭ଟି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଚାଷୀଙ୍କ ଋଣ ଛାଡ଼ ଓ ୨୦ ଲକ୍ଷ ନିଯୁକ୍ତି ମିଳିବାର ପ୍ରତିଶ୍ରୁତି ରହିଥିଲା। ଏହାବାଦ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଠାରୁ ଗହମ ଓ ଧାନ କ୍ୱିଣ୍ଟାଲ ପିଛା ୨୨୫୦ ଟଙ୍କା ଏବଂ ଆଖୁ ୪୦୦ ଟଙ୍କାରେ କିଣାଯିବ। ଉତ୍ତର ପ୍ରଦେଶରେ ସବୁ ଲୋକଙ୍କ ବିଜୁଳି ବିଲ୍କୁ କଂଗ୍ରେସ ଅଧା କରିଦେବ ବୋଲି ମଧ୍ୟ କହିଛି।
ଉତ୍ତର ପ୍ରଦେଶରେ କଂଗ୍ରେସ ୪୦% ମହିଳାଙ୍କୁ ଦଳୀୟ ଟିକେଟ ଦେବାକୁ ଘୋଷଣା କରିଛି। ଏଥିସହ ମହିଳାଙ୍କ ପାଇଁ ମଧ୍ୟ ଦଳ ସ୍ୱତନ୍ତ୍ର ଘୋଷଣାପତ୍ର ଜାରି କରିବ ବୋଲି ପ୍ରିୟଙ୍କା ସୂଚନା ଦେଇଛନ୍ତି। ଯଦି କଂଗ୍ରେସ କ୍ଷମତାକୁ ଫେରୁଛି, ତା’ହେଲେ ଦ୍ୱାଦଶ ପାସ ଛାତ୍ରୀଙ୍କୁ ସ୍ମାର୍ଟ ଫୋନ୍, ସ୍ନାତ୍ତୋକତର ଗ୍ରାଜୁଏଟ ଛାତ୍ରୀଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟି ଓ କୋଭିଡ କ୍ଷତିଗ୍ରସ୍ତ ପରିବାରକୁ ୨୫ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ଦଳ କହିଛି।
The post ୧୦ ଲକ୍ଷ ଯାଏ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବ କଂଗ୍ରେସ, ଘୋଷଣା କଲେ ପ୍ରିୟଙ୍କା appeared first on Odisha Reporter.
from Odisha Reporter https://ift.tt/3GgFkgD
No comments:
Post a Comment