ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କ ପାଇଲଟ୍‌ ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 17, 2021

ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କ ପାଇଲଟ୍‌ ଗାଡ଼ି

ମୋହନା (ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କୁ ଏସକର୍ଟ କରି ନେଉଥିବା ଗାଡ଼ି। ଗଜପତି ଜିଲ୍ଲା ଅଡ଼ବା ଥାନା ଉଲିଆପଦା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା।

ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ରାୟଗଡ଼ାରୁ ଭୁବନେଶ୍ୱର ଫେରୁଥିଲେ। ପାରଳାଖେମୁଣ୍ଡିରୁ ତାଙ୍କୁ ଏସକର୍ଟ କରି ନେଉଥିବା ପୁଲିସ୍ ଗାଡ଼ି ଉଲିଆପଦା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା।

ଏଥିରେ ୫ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ବିରିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।

The post ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କ ପାଇଲଟ୍‌ ଗାଡ଼ି appeared first on Odisha Reporter.



from Odisha Reporter https://ift.tt/3jalgCt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages